ସୁବର୍ଣ୍ଣପୁର ଜିଲ୍ଲାରେ ଏସ.ଆଇ.ଆର ଆରମ୍ଭ ହେବା ନେଇ ସାମ୍ବାଦିକା ସମ୍ବିଳନୀ ରେ ସୂଚନା ଦେଲେ ଜିଲ୍ଲାପାଳ

Date:

Share post:

ସୁବର୍ଣ୍ଣପୁର, (୩୧/୦୫) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର) କାର୍ଯ୍ୟକ୍ରମ ଗତ କାଲି ଠାରୁ ଆରମ୍ଭ ହୋଇଛି ।

ଏହାର ପ୍ରମୁଖ ଉଦ୍ଦେଶ୍ୟଗୁଡିକ ହେଲା ସମସ୍ତ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା । ନକଲି, ସ୍ଥାନାନ୍ତରିତ ଓ ଅଯୋଗ୍ୟ ନାମ ଗୁଡିକୁ ଅପସାରଣ କରିବା । ମତଦାତାଙ୍କର ତଥ୍ୟରେ ଆବଶ୍ୟକ ସଂଶୋଧନ ଓ ଅଦ୍ୟତନ କରିବା । ସଠିକ୍ ଓ ନିର୍ଭୁଳ ଭୋଟର ତାଲିକା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ କରିବା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସାଧାରଣ ଜନତାଙ୍କର ସହଯୋଗ ଓ ସମର୍ଥନ କାମନା କରୁଛି ବୋଲି ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ର ନାଗରିକମାନଙ୍କ ପାଖରେ ଏକମାତ୍ର ଅନୁରୋଧ କରୁଛି ଯେ , ସେମାନେ ବିଏଲଓ ମାନଙ୍କ ସହ ସକ୍ରିୟ ଭାବେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସହଭାଗୀ ହେବେ । ଘରେ ଘରେ ଯାଇ ଯାଞ୍ଚ କାର୍ଯ୍ୟ କରୁଥିବା ବିଏଲଓ ମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।

ଜନସାଧାରଣଙ୍କ ସୁବିଧା ପାଇଁ କଲେକ୍ଟର କାର୍ଯ୍ୟାଳୟ ଏବଂ ସମସ୍ତ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ହେଲ୍ପଡେସ୍କ ବ୍ୟବସ୍ଥା କରାଯାଇଛି । ଏହା ସହିତ ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ ସମ୍ପର୍କ କରାଯାଇପାରିବ । ଏହି ଜିଲ୍ଲାରେ ମୋଟ ୨ଟି ବିଧାନସଭା ମଣ୍ଡଳୀ ଅଛି, ଯଥା — ସୋନପୁର ଓ ବୀରମହାରାଜପୁର । ଜିଲ୍ଲାରେ ମୋଟ ୫୮୬ଟି ବୁଥ୍ ରହିଛି । ପ୍ରତ୍ୟେକ ବୁଥ୍ ପାଇଁ ଜଣେ କରି ବିଏଲଓ ନିଯୁକ୍ତ ଅଛନ୍ତି ଏବଂ ପ୍ରତ୍ୟେକ ୧୦ଟି ବୁଥ୍ ପାଇଁ ଜଣେ ବିଏଲଓ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ଏହା ସହିତ ପ୍ରତ୍ୟେକ ବୁଥ୍ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ନିଯୁକ୍ତ କରାଯାଇଛନ୍ତି । ରାଜନୈତିକ ଦଳମାନଙ୍କ ପକ୍ଷରୁ ମଧ୍ୟ ବୁଥ ଲେଭଲ ଏଜେଣ୍ଟ (BLA) ନିଯୁକ୍ତ ହୋଇ ସମଗ୍ର ପ୍ରକ୍ରିୟାରେ ସହଯୋଗ କରୁଛନ୍ତି । ସ୍ୱଚ୍ଛ, ନିର୍ଭୁଳ ଓ ଅଂଶଗ୍ରହଣମୂଳକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସୁନ୍ଦରଗଡ଼ରେ ଲଜ୍ଜା; ମଧ୍ୟରାତ୍ରୀରେ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ

ସୁନ୍ଦରଗଡ଼, (୦୧/୦୬) : ଆପ୍ର : ସୁନ୍ଦରଗଡ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ଅଞ୍ଚଳର ବଡ଼ପୁରୁଣାପାଣି ଗାଁ'ରେ...

ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା

ସୋନପୁର, (୦୧/୦୬) : ଆପ୍ର : ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ...

ଅନୁଗୁଳରେ ହାତୀ ଆତଙ୍କ, ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳ, (୦୧/୦୬) : ଆପ୍ର : ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁ'ରେ...

ଲଭ୍-ସେକ୍ସ-ଧୋକା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ

ସମ୍ବଲପୁର // କୁଚିଣ୍ଡା, (୦୧/୦୬) : ଆପ୍ର : ଲଭ୍-ସେକ୍ସ-ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଧୋକା । ୬ମାସର...