ସରକାରୀ ନିୟମ ଅନୁଯାୟୀ ବିନା ସର୍ବ ଦଳୀୟ ବୈଠକ ରେ ଗୋପନୀୟ ଭାବେ ଚିକିତ୍ସାଳୟ ସ୍ଥାନାନ୍ତର କାହା ସ୍ୱାର୍ଥରେ

Date:

Share post:

ବଲାଙ୍ଗୀର/ଟିଟିଲାଗଡ, (୦୪/୦୬) : ଆପ୍ର : ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯିବା ଏକ ହିନ ସ୍ବାର୍ଥ ଭିତ୍ତିକ ଚକ୍ରାନ୍ତ ଭଳି ଗୁରୁତର ଅଭିଯୋଗ ହୋଇଛି ।

ପ୍ରକାଶ ଯେ, ନିଜ ମନୋମୁଖୀ ଭାବେ କେବଳ ଏକ ସର୍ବ ଦଳୀୟ ବୈଠକ ଦୀର୍ଘ ବର୍ଷ ପୂର୍ବରୁ ସ୍ଵାସ୍ଥ୍ୟ ସମସ୍ୟା ସହ ଏହି ଚିକିତ୍ସାଳୟ ସ୍ଥାନାନ୍ତରିତ ବିଷୟ ନେଇ ସବିଶେଷ ଆଲୋଚନା ହୋଇଥିଲା । ଆବଶ୍ୟକୀୟ ଭିତ୍ତିଭୂମି ର ଅଭାବ ଏପରିକି ସର୍ବନିମ୍ନ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ଥିବା ବେଳେ ସହର ରୁ ପାଞ୍ଚ କିମି ଦୂର ପିପଲପଦର୍ ଗ୍ରାମ କୁ ସ୍ଥାନାନ୍ତରିତ କରାଯିବା କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।

ଜନ ସାଧାରଣ ଙ୍କ ଅବଗତି ବିନା କ୍ଷମତାଧାରୀ ଅଧିକାରୀ ତଥା ନେତୃବୃନ୍ଦ ନିଜ ମନୋମୁଖୀ ଭାବେ ଆସନ୍ତା ୭ ତାରିଖ ଦିନ ଠାରୁ ସ୍ଥାନାନ୍ତର କରି ଉକ୍ତ ନୂତନ ଚିକିତ୍ସାଳୟ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ ପାଇଛି । ସରକାରୀ ନିୟମ ଅନୁଯାୟୀ ସର୍ବଦଳୀୟ ବୈଠକ ପରେ ଘୋଷଣାନାମା ପରେ ସ୍ଥାନାନ୍ତରିତ କରାଯିବା ନିୟମ ରହି ଥିବା ବେଳେ ତାର ଖିଲାପ କରି ଏହି ସ୍ଥାନାନ୍ତର କରିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି ।

ପ୍ରକାଶ ଯେ, ପୂର୍ବରୁ ସ୍ଥାନାନ୍ତର କରିବା ନେଇ ସହର ରୁ ବିଳମ୍ବ ହେବା ଯୋଗୁଁ ଜନ ଜୀବନ ବିପର୍ଯ୍ୟସ୍ତ ହେବା ସ୍ଵାଭାବିକ ଏଣୁ ବଲାଙ୍ଗୀର ଭଳି ଏହି ଚିକିତ୍ସାଳୟ ଏଠି ପୂର୍ବବତ୍ କାର୍ଯ୍ୟକାରୀ ହେବା ଓ ନୂତନ ଚିକିତ୍ସାଳୟ ନୂତନ ଭାବେ କାର୍ଯ୍ୟକାରୀ ହେଉ ବୋଲି ସ୍ଥିରୀକୃତ ହୋଇଥିଲା । ଏ ନେଇ ସାଧାରଣ ରେ ଏହାର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ଏହି ଦାବୀ ପୂରଣ ନେଇ କିଏ କଣ ପଦକ୍ଷେପ ନେବ ନାଁ ସାଧାରଣ ଲୋକ ଦୁର୍ଦ୍ଦଶା ର ଶିକାର ହେବେ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜନ୍ମ କଲା ପୁଅର ନାରକୀୟ କାଣ୍ଡ, ଅତି ନିର୍ମମ ଭାବେ ମାକୁ ବାଡେଇ କରିଲା ଲହୁ ଲୁହାଣ

ଉଦଳା, (୨୬/୦୬) : ଆପ୍ର : ଜନ୍ମ କଲା ପୁଅର ନାରକୀୟ କାଣ୍ଡ । ଜନ୍ମ କଲା ପୁଅ ସାଜିଲା ଅମଣିଷ । ଅତି...

ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟ

ସୋର, (୨୬/୦୬) : ଆପ୍ର : ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ହନୁମାନ ମନ୍ଦିରରୁ ଲୁଟ୍ । ବାଲେଶ୍ୱର ଜିଲ୍ଲା ଖଇରା ଥାନା...

ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ “କଳା ଦିବସ” ପାଳନ

ସମ୍ବିଧାନ ହତ୍ୟା ଦିବସ: ଜରୁରୀକାଳୀନ ପରିସ୍ଥିତିର ସ୍ମରଣ, ଗଣତନ୍ତ୍ର ରକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ମୁରିବାହାଲ, (୨୫/୦୬) : ଆପ୍ର : ‘ସମ୍ବିଧାନ ହତ୍ୟା ଦିବସ’ ଭାରତୀୟ...

କଣ୍ଟାବାଞ୍ଜିରେ ବିଜେଡିର ପ୍ରଶିକ୍ଷଣ ଶିବିର ; SIR କାର୍ଯ୍ୟ ପାଇଁ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ତାଲିମ, ୩୩୫ ବୁଥରେ ନଜର

ମୁରିବାହାଲ, (୨୫ /୦୬) : ଆପ୍ର : ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ସ୍ପେସିଆଲ ଇଣ୍ଟେନସିବ ରିଭିଜନ - SIR କାର୍ଯ୍ୟକୁ ସୁଚାରୁ ରୂପେ...