Homelocalଅବହେଳିତ ସହୀଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା

ଅବହେଳିତ ସହୀଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା

ଗୁଣୁପୁର, (୧୬/୦୮) : ଆପ୍ର : ଗୁଣୁପୁର ଉପଜିଲ୍ଲାପାଳଙ୍କ ନିବାସ ସମ୍ମୁଖରେ ରହିଛି ସହୀଦ ମହାପୁରୁଷ ମାନଙ୍କ ଦାଣ୍ଡି ଯାତ୍ରାର ପ୍ରତିମୂର୍ତ୍ତି ।WhatsApp Image 2026 08 16 at 10.50.58 1

ଦୀର୍ଘ ଦିନ ଅବହେଳିତ ହୋଇ ରହିବା ପରେ ଗତ ଦୁଇ ବର୍ଷ ତଳେ ପୌରପରିଷଦ ତରଫରୁ ଉଦଘାଟନ ସରିଛି । ତଥାପି ଏହି ମହାନ ବରପୁତ୍ର ମାନଙ୍କ ଦୁର୍ଦ୍ଦଶା ର ଅନ୍ତ ଘଟିନାହିଁ । ପ୍ରଶାସନ ତରଫରୁ ପ୍ରେରିତ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିଲା ସକାଳ ୭ ଘଟିକା ସମୟରେ ସହରରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ, କିନ୍ତୁ ଵେଳ ଗଡିଲା ସିନା ଉପଜିଲ୍ଲାପାଳ ଙ୍କ ବାସଭବନ ସମ୍ମୁଖରେ ଥିବା ସ୍ବାଧିନତା ସଂଗ୍ରାମୀ ମାନଙ୍କ ବେକରେ ଫୁଲମାଳ ଟିଏ ପଡ଼ିଲା ନାହିଁ । ବୋଧହୁଏ ପ୍ରଶାସନ ଏମାନଙ୍କୁ ବରପୁତ୍ର ଭାବେ ଗଣତି କରିବା ଭୁଲିଯାଇଛି । ସେହି ରାସ୍ତା ଦେଇ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ସ୍ବାଧୀନତା ଦିବସ ପାଳନ ପାଇଁ ଏଣେ ତେଣେ ଯାଉଥାନ୍ତି କିନ୍ତୁ ଏହି ବରପୁତ୍ର ମାନଙ୍କ ଉପରେ କାହାର ନିଜର ପଡିଲା ନାହିଁ ।WhatsApp Image 2026 08 16 at 10.50.59

ସେହି ଅସହାୟ ସଂଗ୍ରାମୀ ମାନେ ମଧ୍ୟ ଜଳକା ହୋଇ ଚାହିଁ ବସିଥାନ୍ତି କେତେବେଳେ ଆମ ପାଳି ଆସିବ ବର୍ଷରେ ଥରୁଟିଏ ହେଲେ ଆମକୁ ସମ୍ମାନ ମିଳିବ କିନ୍ତୁ ଵାଵୁ ମାନଙ୍କ ଦୃଷ୍ଟି ପଡ଼ିଲା ନାହିଁ । ଶେଷରେ ଏକ ଛୋଟ ବାଳକର ନିଜକୁ ଆସିଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ ମାନେ । ବାଳକଟି ତାର ଅଜା ତଥା ସମାଜସେବୀ ଓ ୧୧ ନମ୍ବର ୱାର୍ଡର କାଉନସିଲର ଭାଗିରଥି ବିଶୋଇ ଙ୍କୁ ଏହି ଅବହେଳିତ ସହିଦ୍ ମାନଙ୍କୁ ସମ୍ମାନୀତ କରିଵା ପାଇଁ ଅଳି କରିଥିଲା । ଶେଷରେ ଏହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ଭାଗିରଥି ବିଶୋଇ ଓ ତାଙ୍କ ନାତି ଙ୍କ ସହ ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଙ୍ଘର ରାଜ୍ୟ ସଭାପତି ତଥା ସିପିଆଇ (ଏମଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗ ନେତୃତ୍ୱରେ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସହିଦ୍ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧନା କରିବା ସହ ସ୍ମୃତି ଚାରଣ କରିଥିଲେ ।

ଏଠାରେ ପ୍ରଶ୍ନ ଉଠେ ଯେ, କଣ ସହରର ମାନବୃଦ୍ଧି ଓ ସୌନ୍ଦର୍ଯ୍ୟ କରଣ ପାଇଁ ଏଭଳି ସହୀଦ , ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ ନା ଏହି ସହିଦ ସଂଗ୍ରାମୀ ମାନଙ୍କ ଠାରୁ ଆମେ କିଛି ଶିଖିବାର ଅଛି । ଏହି ସହିଦ ମାନଙ୍କ ସୃତି ଚାରଣ ଓ ସବୁଦିନ ମନେ ରଖିବା ପାଇଁ ଗତ ସରକାରଙ୍କ ସମୟରେ ଆଜକୁ ୩ ବର୍ଷ ହେଲା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିଲେ ହେଁ ଆଜକୁ ୨ ବର୍ଷ ହେଲା ସ୍ଵାଧୀନତା ଆନ୍ଦୋଳନର ଏହି ବୀର ମହାପୁରୁଷ ମାନଙ୍କୁ ପୈାରପରିଷଦ କିମ୍ବା ଉପଖଣ୍ଡ ସ୍ତରୀୟ ପ୍ରଶାସନ ତରଫରୁ କୈାଣସି ଦିନ ସମ୍ମାନ ଦିଆଯାଇନାହିଁ । ଏହା କେତେଦୂର ଯଥାର୍ଥ ଆପଣ ମାନେ ବିଚାର କରିବେ । ଆଜି ସିନା ଏହି ଛୋଟ ବାଳକଟିର ଅଳି ଯୋଗୁଁ ବୀରପୁତ୍ରଙ୍କ ବେକରେ ଫୁଲମାଳ ଟିଏ ପଡ଼ିଲା କିନ୍ତୁ ଆଗାମୀ ଦିନରେ ଯେପରି ଏହି ମହାପୁରୁଷ ମାନଙ୍କୁ ଅବହେଳା କରାନଯାଏ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments