Homelocalଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ

ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ

  • “ବଜ୍ରପାତ ଓ ପ୍ରବଳ ବର୍ଷାର ଆଗୁଆ ସୂଚନା ଯୋଗୁଁ ସ୍କୁଲ ଛାତ୍ର ଛାତ୍ରୀଙ୍କ ପ୍ୟାରେଡ ବାତିଲ”

ଗୁଣପୁର, (୧୫/୦୮) : ଆପ୍ର : ଆଜି ଗୁଣପୁର ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା ।WhatsApp Image 2026 08 16 at 10.51.16

ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ ଦିନ ଭୋର ୦୪-୩୦ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପ୍ରଚାର କରାଯାଇଥଲା । ୦୫-୩୦ ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି ଓ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୦୭-୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସକାଳ ୦୯-୧୫ ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଭାରତୀୟ ରିଜର୍ଭ ର୍ଫୋର୍ସ, ଭାମିନି ଦଳ ଉପସ୍ଥିତ ରହି ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜ୍ଞାପନ କରିଥିଲେ ।WhatsApp Image 2026 08 16 at 10.51.17

ଲଗାତାର ବର୍ଷା ଜାରି ରହିଥିବା, ବଜ୍ରପାତର ଆଗୁଆ ସୂଚନା ସହ ପ୍ୟାରେଡ ପଡିଆରେ ପ୍ରବଳ କାଦୁଅ ଓ ପ୍ୟାରେଡ ଉପଯୋଗୀ ହୋଇ ନଥିବା ଯୋଗୁଁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ବାରଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଆସନ୍ତା ସପ୍ତାହରେ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, କମାଣ୍ଡାଣ୍ଟ ବ୍ରଜ ସୁନ୍ଦର ନାୟକ, ଉପଖଣ୍ଡ ଅରକ୍ଷୀ ଅଧିକାରୀ ବାବୁଲି ନାୟକ, ଆଦର୍ଶ ଥାନା ଅଧିକାରୀ କେକେବିକେ କଁହର, ଭାରତୀୟ ସଂରକ୍ଷିତ ବାହିନୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅରୁଣ ମହାପାତ୍ର, କବିରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ତତ୍ୱବୋଧନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ସୋମନାଥ ଗମାଙ୍ଗ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments