ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ର ପ୍ରସ୍ତୁତି ବୈଠକ

Date:

Share post:

ଗୁଣପୁର, (୬/୬) : ଆପ୍ର : ଚଳିତ ମାସର ଷୋହଳ ତାରିଖ ମଙ୍ଗଳ ବାର ଦିନ ସ୍ୱର୍ଗତ ଗୁରୁ ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ର ପ୍ରସ୍ତୁତି ବୈଠକ ଚକ୍ରପାଣି ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ସଙ୍ଘ କାର୍ଯ୍ୟ କାରିଣୀ କମିଟିର ସମସ୍ତ ସଦସ୍ୟ ତଥା ବ୍ଲକ୍ ସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ପ୍ରସ୍ତୁତି ବୈଠକରେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ମଧ୍ୟ ଉପସ୍ଥିତ ରହି ଜନ୍ମ ଜୟନ୍ତୀ ଉତ୍ସବ ପାଳନ ପାଇଁ ସବୁପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ଏ ବର୍ଷ ଗୁରୁ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଗୁଣୁପୁର ସ୍ଥିତ ଶବର ସାଂସ୍କୃତିକ ସଙ୍ଘ ପଡ଼ିଆରେ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ସ୍ଥିର କରାଗଲା । ଅତିଥି ହିସାବରେ ମାନ୍ୟବର ଆଦିବାସୀ ମଙ୍ଗଳ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଗ୍ରାମୀଣ ବିକାଶ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ଙ୍କୁ ନିମନ୍ତ୍ରଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା ।

ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ , ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଏବଂ ଗଜପତି ଜିଲ୍ଲାର ମାନ୍ୟବର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ତଥା ଅବସର ପ୍ରାପ୍ତ ଅର୍ଥ ଉପଦେଷ୍ଟା ଶ୍ରୀ ଲାବଣ୍ୟ ଶବର ଓ ଗୁରୁ ମାଙ୍ଗାଇ ଗମାଙ୍ଗ ଙ୍କ କନିଷ୍ଠ ପୁତ୍ର ବଧୂ ଶ୍ରୀମତୀ ହାରାବତୀ ଗମାଙ୍ଗ ଙ୍କୁ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ଅତିଥି ମାନଙ୍କୁ ଯୋଗାଯୋଗ କରିବା ପାଇଁ ଶ୍ରୀ ବିଦ୍ୟାଧର ଶବର, ଚକ୍ରପାଣି ଶବର ଓ ଶ୍ରୀ ବଳରାମ ଶବର ଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା ।

ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଦାୟିତ୍ବ ମୋହନ ଶବର ଓ ଫାଲଗୁନୀ ଶବରଙ୍କୁ ଏବଂ ବିଭିନ୍ନ ଗ୍ରାମର ଲୋକଙ୍କୁ ଯୋଗାଯୋଗ କରିବା ଦାୟିତ୍ବରେ ଗୁଡାରୀ ପାଇଁ କେଶବ ଶବର, ପଦ୍ମନ ଶବର ଓ ସୀମାଞ୍ଚଳ ଗମାଙ୍ଗ, ଟିଟିମିରି ଘଣାନ୍ତ୍ରୀ ପାଇଁ ପ୍ରେମ ଶବର, ୟୁମ୍ପିଙ୍ ଶବର, ରତ୍ନାକର ଶବର, ହାର୍ଷିଙ୍ଗୁଡା, କୁକୁରଗୁଡା, ଆମ୍ବଗୁଡା ପାଇଁ ଗୋପାଳ ଶବର, ରାମନଗୁଡା,ଆଲ୍ଲମ୍ ଗୁଡା,କୁଜେନ୍ଦ୍ରୀ ପାଇଁ ରମେଶ ଶବର, ରାମଚନ୍ଦ୍ର ଗମାଙ୍ଗ, ଜଗା ରାଓ ବିଡିକା ଓ ବିଶୁବ୍ରମ୍, ମାରିଗୁଡା,ଲଖଣଗୁଡା ଡକାଶିକୁଲା ପାଇଁ ଚକ୍ରପାଣି ଶବର ଓ ଖତୁ ଶବର, ଡମ୍ବସରା ବାଘଶଳା ସିରାଂପୁର୍ ପାଇଁ ଆରସି ଶବର ଓ ସନ୍ୟାସୀ ଶବର ଓ ପୂର୍ଣଚନ୍ଦ୍ର ଶବର ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା । ଏହା ବ୍ୟତୀତ ଉତ୍ସବ ପାଇଁ ସମ୍ଭାବ୍ୟ ଆୟ ବ୍ୟୟର ଅଟକଳ ସାଙ୍ଗକୁ ସଙ୍ଘ ର ପାଣ୍ଠି କୁ ସୁଦୃଢ କରିବା ପାଇଁ ଆଲୋଚନା କରା ଯାଇଥିଲା । ଶେଷରେ ସାମ୍ବାଦିକ ଶ୍ରୀ ପୂର୍ଣ୍ଣ ଶବର ସମସ୍ତ ସଦସ୍ୟ ଙ୍କୁ ସେମାନଙ୍କ ମତାମତ ପାଇଁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ତାତିରେ ଥରହର ରାଜ୍ୟ, ୫୦ ଡିଗ୍ରୀ ଭଳି ଅନୁଭୂତ ହେଉଛି ଗରମ, ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା IMD

ଭୁବନେଶ୍ୱର, (୦୬/୦୬) : ଆପ୍ର : ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଦିନ ୨ଟା ୩୦...

ଆଇଟିଡିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡା, (୦୬/୦୬) : ଆପ୍ର : ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ...

ଶିଶୁ ଟିକାକରଣରେ ଗାଁ ଆଗୁଆ

ଭୁବନେଶ୍ବର, (୦୬/୦୬) : ଆପ୍ର : ରାଜ୍ୟରେ ଶିଶୁଙ୍କ ଟିକାକରଣ ବୃଦ୍ଧି ପାଇଛି । ଟିକାକରଣ ହାର ଶତପ୍ରତିଶତରୁ କମ୍ ରହିଥିଲେ ସୁଦ୍ଧା ଏହା...

ଚାଉଳର ମିଲିଂ ୨ଗୁଣା ବୃଦ୍ଧି

ଭୁବନେଶ୍ୱର, (୦୬/୦୬) : ଆପ୍ର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି...