Homefestivalରାଇକିଆ ଜଗନ୍ନାଥଙ୍କ ସ୍ନାନଯାତ୍ରା ସଂପନ୍ନ

ରାଇକିଆ ଜଗନ୍ନାଥଙ୍କ ସ୍ନାନଯାତ୍ରା ସଂପନ୍ନ

ରାଇକିଆ, (୦୧/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଜଗନ୍ନାଥଙ୍କ ମନ୍ଦିର ଠାରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମାର ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି ।

ସକାଳେ ମଙ୍ଗଳ ଆଳତି ଓ ଦ୍ଵାର ଫିଟା ନୀତି ସମ୍ପନ୍ନ ହେବା ପରେ ଶ୍ରୀଜୀଉଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ସେଠାରେ ପ୍ରାୟ ବହୁ ସୁନ୍ଦର୍ ବୈଦିକ ମନ୍ତ୍ରୋଚ୍ଚାରଣ ସହ ୧୦୮ କୁମ୍ଭ ମନ୍ତ୍ରିତ ଜଳରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା। ସ୍ନାନ ପରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ଆଳତୀ ଓ ପ୍ରସାଦ ସମର୍ପଣ କରାଯାଇଥିଲା । ସ୍ନାନ ପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।ସମସ୍ତ ରୀତିନୀତି ମୁଖ୍ୟ ପୂଜକ ତୁଲାଇଥିବା ବେଳେ ସ୍ନାନାଳତୀ ଓ ପ୍ରସାଦ ସମର୍ପଣ କରିଥିଲେ ପୂଜାନୀତିରେ ପୂଜକ ଓ ସେବକ ବା ଲୋକ ମାନେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments