Homereligionରାଇକିଆରେବହୁ ସୁନ୍ଦର୍ ରେ ପାଳିତ ହେଲା ଶୀତଳ ଷଷ୍ଠୀ ଯାତ୍ରା

ରାଇକିଆରେବହୁ ସୁନ୍ଦର୍ ରେ ପାଳିତ ହେଲା ଶୀତଳ ଷଷ୍ଠୀ ଯାତ୍ରା

ରାଇକିଆ, (୨୦/୦୬) : ଆପ୍ର : କନ୍ଧମାଳ ଜିଲ୍ଲାର ରାଇକିଆ ରେ ରୀତିନୀତି ଅନୁଯାୟୀ ଶୀତଳ ଷଷ୍ଠୀ ଯାତ୍ରାବହୁ ସୁନ୍ଦର୍ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।

ଏହି ମହୋତ୍ସବକୁ ଦେଖିବା ପାଇଁ ରାଇକିଆ ଓ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଥିଲେ । ଓ  ପରମ୍ପରା ଅନୁଯାୟୀ ବରପିତା ଭାବେ ଶ୍ରୀ ସନ୍ତୋଷ କୁମାର ଲେଙ୍କା ଏବଂ କନ୍ୟାପିତା ଭାବେ ଶ୍ରୀ ବାବୁଲା ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରି ସମସ୍ତ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ବିଶ୍ୱେଶ୍ୱର ମନ୍ଦିରର ପୂଜକ ଶ୍ରୀ ଗଣେଶ ମହାପାତ୍ର ଏବଂ ଶ୍ରୀ କାଳୁଚରଣ ସାତପଥୀ ବୈଦିକ ପୂଜାର୍ଚ୍ଚନା ମାଧ୍ୟମରେ ବିବାହ ଉତ୍ସବକୁ ସମ୍ପନ୍ନ କରାଇଥିଲେ ।

ଏହାପୂର୍ବରୁ ପୂଜା କମିଟିର ସଭାପତି ଶ୍ରୀ ସତ୍ୟବାନ ପାତ୍ରଙ୍କ ନେତୃତ୍ୱରେ ବରପିତା ଓ କନ୍ୟାପିତାଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଇଥିଲା। ଓ ଏହା ପରେ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମନ୍ଦିର ପରିସରରୁ ଆରମ୍ଭ ହୋଇ ଆର.ଏମ୍.ସି. ଛକ ପର୍ଯ୍ୟନ୍ତ ନଦିଆ ସଂକୀର୍ତ୍ତନ, ଘଣ୍ଟ, , ମୃଦଙ୍ଗ ଓ ହରିନାମ ଧ୍ୱନିରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ବହୁ ସଂଖ୍ୟକ ଲୋକମାନେ ସାମିଲ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ରାତ୍ରି ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବ ଓ ମା’ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଆରମ୍ଭ ହୋଇଥିଲା ।

ବୈଦିକ ମନ୍ତ୍ରଧ୍ୱନି, ମଧ୍ୟରେ ସମ୍ପୂର୍ଣ୍ଣ ବିବାହ ବିଧି ସମ୍ପନ୍ନ ହୋଇଥିଲା । ରାତ୍ରି ୧୦ ଘଣ୍ଟିକାରେ ସମସ୍ତ ଭକ୍ତ ଓ ଗ୍ରାମବାସୀଙ୍କ ପାଇଁ ବହୁ ସୁନ୍ଦର୍ ଭାବେମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ମହୋତ୍ସବକୁ ସଫଳ ରୂପାୟନ କରିବାରେ ପୂଜା କମିଟିର ସଭାପତି ଶ୍ରୀ ସତ୍ୟବାନ ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଲେଙ୍କା, କୋଷାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ଶ୍ରୀ କୃଷ୍ଣ ମହାନ୍ତି, ବରିଷ୍ଠ ଉପଦେଷ୍ଟା ଶ୍ରୀ ଦୁର୍ଯ୍ୟୋଧନ ଲେଙ୍କା,ଶ୍ରୀ ସନ୍ତୋଷ ପାତ୍ର, ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କଦୁଇ ଦିନ ବହୁ ସୁନ୍ଦର୍ ସହଯୋଗ ରହିଥିଲା । ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ପାରମ୍ପରିକ ଶୀତଳ ଷଷ୍ଠୀ ଯାତ୍ରା ସରି ଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments