Homelocalସେମିଳିଗୁଡ଼ା ରେଞ୍ଜରେ ବୁଲୁଛି ବାଘ, ଜନସାଧାରଣଙ୍କୁ ସତର୍କ ରହିବାକୁ ବନ ବିଭାଗର ପରାମର୍ଶ

ସେମିଳିଗୁଡ଼ା ରେଞ୍ଜରେ ବୁଲୁଛି ବାଘ, ଜନସାଧାରଣଙ୍କୁ ସତର୍କ ରହିବାକୁ ବନ ବିଭାଗର ପରାମର୍ଶ

କୋରାପୁଟ, (୦୬/୧୧) : ଆପ୍ର : ସେମିଳିଗୁଡ଼ା ରେଞ୍ଜରେ ବୁଲୁଛି ବାଘ । ଜନସାଧାରଣଙ୍କୁ ସତର୍କ ରହିବାକୁ ବନ ବିଭାଗର ପରାମର୍ଶ ।

କୋରାପୁଟ ବନଖଣ୍ଡ ସେମିଳିଗୁଡ଼ା ବନାଞ୍ଚଳରେ ଏକ ବାଘ ଚଳପ୍ରଚଳ ଦେଖିବାକୁ ମିଳିଛି । ବାଘଟି ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ଆସି ସେମିଳିଗୁଡ଼ା ରେଞ୍ଜ ଅଧୀନରେ ଚଳପ୍ରଚଳ କରୁଥିବା ନେଇ କୋରାପୁଟ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଜାରି ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଗାଁ ଗୁଡ଼ିକରେ ସତର୍କତା କରାଯାଉଛି । ବିପଦପୂର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ନଯିବା ଏବଂ ବାଘକୁ ହଇରାଣ ନକରିବା କିମ୍ବା ତା’ର ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments