Homebreaking newsଚେନ୍ ଲୁଟେରା ଗ୍ୟାଙ୍ଗକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ, ସୁନା ଜିନିଷ ଓ ଟଙ୍କା ଜବତ

ଚେନ୍ ଲୁଟେରା ଗ୍ୟାଙ୍ଗକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ, ସୁନା ଜିନିଷ ଓ ଟଙ୍କା ଜବତ

ଭୁବନେଶ୍ବର, (୦୬/୧୧) : ଆପ୍ର : ଚେନ ଲୁଟେରା ଗ୍ୟାଙ୍ଗକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ । ୭ ସୁନା ଚେନ ଓ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ।

ପଥଚାରୀଙ୍କୁ ଟାର୍ଗେଟ କରୁଥିଲେ, ସୁବିଧା ପାଇଲେ ଚେନ ଝାମ୍ପି ନେଉଥିଲେ । ମାଷ୍ଟରମାଇଣ୍ଡ ପ୍ରିୟବ୍ରତ ଜେନାଙ୍କ ସହ ନୃସିଂହ ସାହୁ ଓ ଆଲୋକ ସେନାପତିଙ୍କୁ କାବୁ କରିଛି ପୋଲିସ । ଚୋରି ସୁନାକୁ ବିଭିନ୍ନ ସୁନା ଦୋକାନରେ ବନ୍ଧକ ରଖି ଟଙ୍କା ଆଣୁଥିଲେ ଲୁଟେରା । ଗତ ୨୪ ତାରିଖରେ ଜୟଦେବ ବିହାରରେ ରହୁଥିବା ସଞ୍ଜୀବ ମହାନ୍ତି ନାମକ ଜଣେ ଯୁବକ ଘରକୁ ଫେରୁଥିବା ବେଳେ ଲୁଟ ର ଶିକାର ହୋଇଥିଲେ । ତାଙ୍କ ପତ୍ନୀ କାରରେ ବସିଥିବା ବେଳେ ହୀରା ଓ ସୁନା ଚେନ ଲୁଟି ନେଇଥିଲେ ଲୁଟେରା । ପରେ ଏ ଅଳଙ୍କାରକୁ ଭିଏସଏସ୍ ନଗରରେ ବନ୍ଧା ପକାଇ ଟଙ୍କା ଆଣିଥିଲେ ଲୁଟେରା । ପୋଲିସ ଏ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments