ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା

Date:

Share post:

ସୋନପୁର, (୦୧/୦୬) : ଆପ୍ର : ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବନ ହାରିବା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।

ଆଜି ସକାଳେ ଜଣେ ଦମ୍ପତ୍ତି ଏକ ମୋଟର ସାଇକେଲ ରେ ଆସି ବ୍ରିଜ ଉପରେ ଅଟକି ଥିଲେ । ଉଭୟେ କିଛି ସମୟ ଫଟୋ ଉଠେଇଥିଲେ । ତେବେ ହଠାତ ମହିଳା ଜଣକ ମହିଳା ଜଣକ ମହାନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ମହାନଦୀ ରେ ଗାଧୋଉଥିବା କିଛି ଯୁବକ ହଠାତ ଘଟଣା ସ୍ଥଳକୁ ଯାଇ ମହିଳା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଖବର ପାଇ ଦମକଳ ବାହିନୀର କର୍ମକର୍ତ୍ତା ମଧ୍ୟ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି । ଗୁରୁତର ମହିଳା ଜଣକ ବର୍ତ୍ତମାନ ସୋନପୁର ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି । ମହିଳା ଜଣକ ସୋନପୁର ଥାନା କଇଁଫୁଲ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି ପଦକ୍ଷେପ ନେଉଥିଲେ ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

spot_img

Related articles

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

ବ୍ରହ୍ମପୁର, (୨୨/୦୬) : ଆପ୍ର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁ'ରେ...

ଜୁନ୍ ୨୫ରୁ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ୨୮ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର, (୨୨/୦୬) : ଆପ୍ର : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ । ଜୁନ୍ ୨୫ ତାରିଖରୁ ଆରମ୍ଭ...

କଡ଼ା ସୁରକ୍ଷାରେ ଶେଷ ହେଲା NEET UG 2026 ପୁନଃ-ପରୀକ୍ଷା, ଯୋଗ ଦେଲେ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, (୨୨/୦୬) : ଆପ୍ର : କଡ଼ା ସୁରକ୍ଷା ମଧ୍ୟରେ ସାରା ଦେଶରେ ଶେଷ ହେଲା NEET UG 2026 ପୁନଃ-ପରୀକ୍ଷା । ପେପର...