Homelocalସିନିୟର୍ ଡିଷ୍ଟ୍ରିକ୍ଟ ନକ ଆଉଟ ଫୁଟବଲ ଟୁର୍ଣାମେଣ୍ଟର ଫାଇନାଲରେ ଖଜୁର ପଡ଼ାକୁ ହରାଇ ହାଟପଦା ପଡ଼ା...

ସିନିୟର୍ ଡିଷ୍ଟ୍ରିକ୍ଟ ନକ ଆଉଟ ଫୁଟବଲ ଟୁର୍ଣାମେଣ୍ଟର ଫାଇନାଲରେ ଖଜୁର ପଡ଼ାକୁ ହରାଇ ହାଟପଦା ପଡ଼ା ରାଇଜିଙ୍ଗ ଷ୍ଟାର ୫/୧ ରେ ବିଜୟୀ

ଟିଟିଲାଗଡ, (୦୮/୦୯) : ଆପ୍ର : ଟିଟିଲାଗଡ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଟିଟିଲାଗଡ ସିଟି ସ୍କୁଲ ପାଖ ଷ୍ଟାଡିୟମ ଠାରେ ଆୟୋଜିତ ବଲାଙ୍ଗିର ଜିଲ୍ଲା ସିନିୟର୍ ଡିଷ୍ଟ୍ରିକ୍ଟ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାର ଷଷ୍ଠ ଦିନରେ ଫାଇନାଲ ମ୍ୟାଚ ଟିଟିଲାଗଡ ହାଟପଦା ପଡ଼ା ରାଇଜିଂ ଷ୍ଟାର ଓ ଖଜୁର ପଡ଼ା ମଧ୍ୟରେ ଖେଳା ଯାଇଥିଲା ।WhatsApp Image 2026 09 08 at 14.55.42

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ,ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଅଞ୍ଚଳର ପ୍ରସିଦ୍ଧ ଆନ୍ତର୍ଦେଶୀୟ ଖୋଖୋ ଖେଳାଳି ଶ୍ରୀମତୀ ମନ୍ଦାକିନି ମାଝୀ, ବରିଷ୍ଠ ଫୁଟବଲ ଖେଳାଳି ସଦା ନାଏକ, ଟିଟିଲାଗଡ ଏଥ ଲେଟିକ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଧାକାନ୍ତ ପାଢ଼ୀ ଓ ଥାନାଧିକାରୀ ଶ୍ରୀ ମନୋଜ କୁମାର ମୁଣ୍ଡା ଯୋଗ ଦେଇଥିଲେ । ଖେଳ ଆରମ୍ଭ ହେବା ପରେ ପରେ ହାଟପଦା ପଡ଼ା ରାଇଜିଂ ଷ୍ଟାର ଗୋଲ ଦେବା ଆରମ୍ଭ କରି ହାଫ ଟାଇମ ଯାଏଁ ୪ଗୋଲ ଦେବାରେ ସଫଳ ହୋଇଥିଲେ । ହାଫ ଟାଇମ ପରେ ଅତିଥି ମାନେ ପଡ଼ିଆ ଭିତରକୁ ଯାଇ ଉଭୟ ଟିମର ଖେଳାଳି ଓ ରେଫରି ମାନଙ୍କ ସହ କର ମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ହାଫ ଟାଇମ ପରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ କରିଥିଲେ, ତେବେ ଟିଟିଲାଗଡ ହାଟପଦା ପଡ଼ା ରାଇଜିଙ୍ଗ ଷ୍ଟାର ଟିମ୍ ୫/୧ ଗୋଲ ଦେଇ ବିଜୟ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଛନ୍ତି । ଏହି ମ୍ୟାଚରେ ଦୁଇ ଗୋଲ ମାରି ଶାଗର ରତେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଏହି ଅବସରରେ ଟିଟିଲାଗଡର ପ୍ରସିଦ୍ଧ ଫୁଟବଲ ଖେଳାଳୀ ଶ୍ରୀଯୁକ୍ତ ଏଡ ନାଏକଙ୍କୁ ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ପ୍ରତିଯୋଗିତାକୁ ଆୟୋଜନ କରାଇବାରେ ଟିଟିଲାଗଡ ଆଥଲେଟିକ ଆସୋସିଏସନର ସମ୍ପାଦକ ଶୁଭ୍ରାଂଶୁ ଦାସ, ସହରର ବିଶିଷ୍ଟ ଖେଳାଳି ମଧୁ ମହାଲିଙ୍ଗ, ଆଦିବାସୀ ନେତା ହେମେନ୍ଦ୍ର ହାଁସଦା, ସମାଜସେବୀ ସାରଦା ରାଓ, ଏଥେଲେଟିକ୍ସ ଆସୋସିଏସନର କାର୍ଯ୍ୟକାରୀ ସମ୍ପାଦକ ଦୀପକ ସମାଦ୍ଦ।ର୍, ସହ ସମ୍ପାଦକ ପଦ୍ମନାଭ ବେହେରା, କୋଷାଧକ୍ଷ ରମାନାଥ ଖମାରୀ, ଧୁବଲେ ଦଳବେହେରା, ପ୍ରଦୀପ ସାହୁ , ସନ୍ତୋଷ ପ୍ରଧାନ, ସଦସ୍ୟ ମନୋଜ କୁମାର ହାତୀ, ଦନାରଦନ ହୋତା, କାଳୀ ମୁଖାର୍ଜୀ ପ୍ରମୁଖ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments