Homebreaking newsଦୁଇ ଦେଶୀ ବନ୍ଧୁକ ସହ ୪୨କିଲୋ ଗଞ୍ଜେଇ ଜବତ ; ତିନି ଗିରଫ

ଦୁଇ ଦେଶୀ ବନ୍ଧୁକ ସହ ୪୨କିଲୋ ଗଞ୍ଜେଇ ଜବତ ; ତିନି ଗିରଫ

ବାଲିଗୁଡା, (୭/୯) : ଆପ୍ର : ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ, ଖମନଖୋଲ ଅଂଚଳରେ ଡକାୟତ ଓ ରାହାଜାନି କରୁଥିବା ତିନି ଅପରାଧୀ କୁ କାବୁକଲା ବାଲିଗୁଡା ପୁଲିସ ।WhatsApp Image 2026 09 08 at 06.57.57

ଏମାନେ ବାଲିଗୁଡା ଅଞ୍ଚଳରେ ଆଖପାଖ ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଲୁଟପାଟ କରିବା ସହ ଗଂଜେଇ ବ୍ୟାପାର କରୁଥିବାର ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଛାନଭିନ୍ନ ଚଳାଇଥିଲା । ମୁଖ୍ୟଅଭିଯୁକ୍ତ ବାଲିଗୁଡା ଥାନା ତିଳପଡା ର ନୀଳାମବତ ମଲିକ ସମେତ ବୌଦ୍ଧ ଘଣ୍ଟପଡା ଥାନା ଅଂଚଳ ବନ୍ଧଗୁଡା ର ବୀରେନ୍ଦ୍ର ମଲିକ ଓ ବୌଦ୍ଧ କେନ୍ଦୁବାଡ ର ରଂଜିତ ଭୋଇ କୁ ମିଶାଇ ତିନି ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨ଟି ଦେଶୀବନ୍ଧୁକ, ୪୨କିଲୋ ଗଂଜେଇ ଓ ଦୁଇଟି ମଟର ସାଇକେଲ ଜବତ କରିଥିବା ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ।

ଏମାନେ ବୌଦ୍ଧ ଓ କନ୍ଧମାଳ ର ବିଭିନ୍ନ ଚୋରି ଘଟଣା ରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତ ରୁ ଜଣାପଡିଛି ।ଏମାନଙ୍କର ଚେର କନ୍ଧମାଳରୁ ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ଚେର ଲମ୍ବିଛି ଏମାନଙ୍କ ସହିତ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଖୋଜିବାହାର କରିବ ପୋଲିସ ଏହି ଦୁର୍ବୁତ୍ତ ମାନଙ୍କ କେସ ନମ୍ବର. ୨୨୬/୨୬ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ସାମ୍ବାଦିକ ସମ୍ବିଳନୀ ରେ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ, ଥାନା ଅଧିକାରୀ ସମୀର କୁମାର ବେହେରା, ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments