Homecrimeଭିଜିଲାନ୍ସ ଜାଲରେ ଉଲୁଣ୍ଡା ବ୍ଲକ ନିମ୍ନା ଗ୍ରାମ ପଞ୍ଚାୟତର ସରପଞ୍ଚ

ଭିଜିଲାନ୍ସ ଜାଲରେ ଉଲୁଣ୍ଡା ବ୍ଲକ ନିମ୍ନା ଗ୍ରାମ ପଞ୍ଚାୟତର ସରପଞ୍ଚ

ସୁବର୍ଣ୍ଣପୁର, (୦୫/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ନିମ୍ନା ଗ୍ରାମ ପଞ୍ଚାୟତ ର ମହିଳା ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ମାଛ ଚାଷ ସବସିଡି ପାଇଁ ଏସ ଏଚ ଜି ଗ୍ରୁପକୁ ୪୦ ହଜାର ଟଙ୍କା ଦେବ ବୋଲି ଦାବି କରିଥିଲେ । ଫଳର ଏସଏଚ ଜି ଗ୍ରୁପ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ମହିଳା ଗ୍ରୁପ ର ସଦସ୍ୟ ଙ୍କ ଠାରୁ ସରପଞ୍ଚ ଶ୍ରୀମତୀ ପାଣ୍ଡେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ । ସରପଞ୍ଚ ଙ୍କ ଠାରୁ ରାସାୟନିକ ପ୍ରଲୋପ ଦିଆଯାଇଥିବା ଟଙ୍କା ଜବତ କରିବା ସହ ସରପଞ୍ଚ ଙ୍କୁ ଗିରଫ କରିଛି । ତାଙ୍କ ବାସ ଭବନ ଓ କାର୍ଯ୍ୟାଳୟ ରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ କରି ବିଭିନ୍ନ ମୂଲ୍ୟବାନ କାଗଜ ପତ୍ର ଇତ୍ୟାଦି ଖୋଜା ଖୋଜି କରିଥିବା ଜଣା ପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments