Homeregionalଡୁମାଳ ସମାଜ ଦନ୍ଦ୍ରା ଚକର ଛତିଶଗଡ଼ ସା‍ଂଗଠନିକ ବୈଠକ ଅନୁଷ୍ଠିତ

ଡୁମାଳ ସମାଜ ଦନ୍ଦ୍ରା ଚକର ଛତିଶଗଡ଼ ସା‍ଂଗଠନିକ ବୈଠକ ଅନୁଷ୍ଠିତ

ମୁରିବାହାଲ, (୨୨/୦୫) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଦନ୍ଦ୍ରା ଚକ୍ ଷାଠିଏ ଘର ଡୁମାଳ ସମାଜର ଏକ ସାଂଗଠନିକ ସଭା ଛତିଶଗଡ଼ ରାଜ୍ୟ ଇନ୍ଦାଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଦନ୍ଦ୍ରା ଚକର ସମସ୍ତ କର୍ମକର୍ତ୍ତା ସେଠାରେ ଉପସ୍ଥିତ ହେବାପରେ ମାହେଶ୍ଵରୀ ପୀଠରେ ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଦନ୍ଦ୍ରା ଚକରୁ ଯାଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଫୁଲ ଚନ୍ଦନ ବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା କଲା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ଚକ୍ ସଭାପତି ଭୋପାଳ ଚନ୍ଦ୍ର ମହାକୁର ସଭାପତିତ୍ୱ କରିଥିଲେ ।ସେ ନିଜ ବକ୍ତବ୍ୟରେ ଦନ୍ଦ୍ରା ଚକର ପରିସୀମା ଦୁଇଟି ରାଜ୍ୟ, ଦୁଇଟି ଭାଷା, ତିନୋଟି ଜିଲ୍ଲା ଓ ପାଞ୍ଚଟି ବ୍ଲକ୍ ମଧ୍ୟରେ ରହିଛି । ତଥାପି ଆମ ଭିତରେ ଉତ୍ତମ, ଭ୍ରାତୃତ୍ୱ, ଏକତା, ସଦଭାବ ଓ ସହଯୋଗୀ ମନୋଭାବ ରହିବା ଯୋଗୁଁ ଆମେ ଜିଲ୍ଲାସ୍ତରରେ ସୁନାମ ଅର୍ଜନ କରିପାରିଛୁ ।ଚକ୍ ସଂପାଦକ ଫକୀର ମୋହନ ଖମାରୀ ଚକର ବିଭିନ୍ନ କାର୍ଯ୍ୟକ୍ରମ ‘ସର୍ଭେ କାମ,’ ‘ଗୋଟିଏ ଗାଁ ଗୋଟିଏ ପଙ୍ଗତ’,’ଗାଁକୁ ଚାଲ’, ‘ସମସ୍ୟାର ଖୋଜ’, ‘ମହିଳା ଶକ୍ତି – ପରମ୍ପରା ସଂସ୍କୃତି’କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଅନ୍ୟାନ୍ୟ ଚକ୍ ଠାରୁ ଆମ ଚକ୍ ଶ୍ରେଷ୍ଠ ଚକର ସମ୍ମାନ ପାଇପାରିଛି ବୋଲି ପ୍ରକାଶ କରିଥିଲେ ।

ମାଁ ମାହେଶ୍ଵରୀ ଯୁବାମଞ୍ଚ ସଭାପତି ଅମୂଲ୍ୟ କୁମାର ମହାକୁର ଯୁବା ମଞ୍ଚର କାର୍ଯ୍ୟ, ରକ୍ତଦାନ, ନିଶା ନିବାରଣ ଓ ସମାଜ ସେବାରେ ଯୁବଭାଇଙ୍କ ଭୂମିକା ଉପରେ ବୁଝେଇ ଥିଲେ । ସଂଗଠକ ହେମସାଗର ବସ୍ତିଆ ଓ ମାଲିକ ମହାକୁର ସଂଗଠନର ଲକ୍ଷ୍ୟ ଓ ଗଠନ ଉପରେ ଆଲୋକପାତ କରିଥିବା ବେଳେ ବରିଷ୍ଠ ସଭ୍ୟ ହୃଦାନନ୍ଦ କର୍ମୀ ଇନ୍ଦାଗାଁ ଭାଇ ଭଉଣୀ ଅନ୍ୟ ରାଜ୍ୟରେ ରହିଲେ ମଧ୍ୟ ତାଙ୍କ ସୁଖ ଦୁଃଖରେ ଦନ୍ଦ୍ରା ଚକ୍ ସର୍ବଦା ଛିଡ଼ା ହୋଇଛି ବୋଲି ପ୍ରକାଶ କରିବା ସହ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ।ସେଠାରେ ଏକ ନୂତନ ଗ୍ରାମ୍ୟ କମିଟି ଗଠନ କରାଯାଇଥିଲା ।

ଏଥିରେ ସଭାପତି ରୂପେ ଧନପତ ଦନ୍ତା,ସଂପାଦକ ଉତ୍ତମ ବସ୍ତିଆ,କୋଷାଧ୍ୟକ୍ଷ ଲୋଖୁଲାଲ ବସ୍ତିଆ,ଉପସଭାପତି ମାନସିଂ ବସ୍ତିଆ, ସହସଂପାଦକ ଦିନେଶ ଦନ୍ତା, ପରାମର୍ଶଦାତା ଭୋଟ ଦନ୍ତା,ଜଗତ ପଧାନ,ପରମାନନ୍ଦ ପାତ୍ର, ମାହେଶ୍ଵରୀ ଯୁବାମଞ୍ଚ ସଂଗଠକ ସୁରେଶ ଦନ୍ତା ଓ ବବ୍ରୁ ଦନ୍ତା ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇ ମାଁଙ୍କ ଆଗରେ ଶପଥ ପାଠ କରିଥିଲେ ।

ଏହି ସଭାରେ ଓଡି଼ିଶାରୁ ଯୋଗଦେଇଥିବା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଷାଠିଏ ଘର ଡୁମାଳ ସମାଜ କୋଷାଧ୍ୟକ୍ଷ ଉମାକାନ୍ତ ଖମାରୀ, ମାହେଶ୍ଵରୀ ଯୁବାମଞ୍ଚ ଉପ ସଭାପତି ଅନନ୍ତ ବଘାର, ସହସଂପାଦକ ନିମାଇଁ ପାତ୍ର, ଶରତ ଅମାତ, ରମେଶ ପଧାନ, ମାନଭଞ୍ଜନ ମହାକୁର, ନକୁଳ ଗଡୁଆ, କବିରାଜ ଖମାରୀ, ବୈକୁଣ୍ଠ ପଧାନ, ଚନ୍ଦ୍ରଶେଖର ଦନ୍ତା, ବଦ୍ରିନାରାୟଣ କର୍ମୀ, ପପୁ ଦନ୍ତା, ସତନ ଗେଜୋ,ଅନନ୍ତ କରଣ ପ୍ରମୁଖ ଯୋଗ ଦେଇଥିଲେ। ଇନ୍ଦାଗାଁରେ ଡୁମାଳ ଜାତିର ଏହା ଥିଲା ପ୍ରଥମ ସାଂଗଠନିକ ବୈଠକ ଏଣୁ ଗ୍ରାମରେ ଥିବା ସମସ୍ତ ଡୁମାଳ ସମାଜର ବ୍ୟକ୍ତିବିଶେଷ ଓ ମହିଳା ପ୍ରବଳ ଉତ୍ସାହିତ ଥିଲେ । ପରେ ସଂଧ୍ୟାରେ ଗ୍ରାମ୍ୟ କମିଟି କର୍ମକର୍ତ୍ତାମାନେ ଗାଁ’ର ପ୍ରତ୍ୟେକ ପରିବାରର ଘରକୁ ଘର ନେଇ ଓଡି଼ିଶାରୁ ଯାଇଥିବା କର୍ମକର୍ତ୍ତାଙ୍କୁ ପରିଚୟ କରାଇଥିଲେ । ଶେଷରେ ଗ୍ରାମ୍ୟ କମିଟି ସମ୍ପାଦକ ଉତ୍ତମ ବସ୍ତିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments