ମୌସୁମୀ ସଙ୍କଟ ଘନୀଭୂତ, ଅଧାରେ ଅଟକିଲା ଦକ୍ଷିଣ-ପଶ୍ଚିମ ମୌସୁମୀ

Date:

Share post:

ଭୁବନେଶ୍ୱର, (୧୮/୦୬) : ଆପ୍ର : ମୌସୁମୀ ସଙ୍କଟ ଘନୀଭୂତ । ଅଧାରେ ଅଟକିଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ଦେଶରେ ବଢୁଛି ବର୍ଷାର ସାଂଘାତିକ ଅଭାବ ।

କୃଷି ଓ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର । ଭାରତୀୟ ପାଣିପାଗ ବିଭାଗ ର ସଦ୍ୟ ତଥ୍ୟ ଓ ସାଟେଲାଇଟ୍ ଚିତ୍ର ଅନୁସାରେ ମୌସୁମୀ ବାୟୁ ଦେଶର ବଡ଼ ଭାଗରେ ଆଗକୁ ନବଢ଼ି ଅଟକି ରହିଛି। ବିଶେଷ କରି ମଧ୍ୟ, ପଶ୍ଚିମ ଓ ଦକ୍ଷିଣ ଭାରତୀୟ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ମେଘହୀନ ରହିଛି। ଜୁନ୍ ଆରମ୍ଭରୁ ବର୍ଷାର ବଡ଼ ବ୍ୟବଧାନ ରହିଛି । ଚଳିତ ବର୍ଷ ଖରିଫ ଚାଷ ବିଳମ୍ବ ହେବା, ମାଟିର ଆଦ୍ରତା କମିବା ଓ ପ୍ରମୁଖ ଜଳାଶୟରେ ଜଳସ୍ତର କମିବାର ଆଶଙ୍କା ତୀବ୍ର ହେବାରେ ଲାଗିଛି । ପାଣିପାଗ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଜୁନ୍ ୪ ରୁ ୧୫ ମଧ୍ୟରେ ଦେଶରେ ସ୍ୱାଭାବିକ ଭାବେ ୫୩.୭ ମିଲିମିଟର ବର୍ଷା ହେବା କଥା । ତେବେ ଏହି ସମୟ ମଧ୍ୟରେ ମାତ୍ର ୧୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ଜାତୀୟ ସ୍ତରରେ ୬୪ ପ୍ରତିଶତର ବଡ଼ ଅଭାବକୁ ଦର୍ଶାଉଛି ।

ଜୁନ୍ ମାସର ପ୍ରାରମ୍ଭିକ ଆକଳନରେ ବର୍ଷାର ଅଭାବ ୨୮% ରୁ ୪୦% ମଧ୍ୟରେ ରହିବ ବୋଲି କୁହାଯାଉଥିଲା। କିନ୍ତୁ ବାୟୁମଣ୍ଡଳୀୟ ପରିବର୍ତ୍ତନ ଓ ସମୁଦ୍ରରୁ ଦୁର୍ବଳ ଆଦ୍ରତା ପ୍ରବାହ ଯୋଗୁଁ ସ୍ଥିତି ଅତି ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଛି । ସଙ୍କଟ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛି ମଧ୍ୟ ଭାରତ। ଯଦିଓ ଜୁନ୍ ମଧ୍ୟଭାଗ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି। କିନ୍ତୁ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ବ୍ୟାପକ ଓ ସକ୍ରିୟ ବର୍ଷା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ଓଡ଼ିଶା ଭଳି କୃଷି-ପ୍ରଧାନ ରାଜ୍ୟରେ ଏହା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। IMD ପକ୍ଷରୁ ୨୦୨୬ ମସିହାମୌସୁମୀ ଋତୁ ପାଇଁ ଜାରି ହୋଇଥିବା ଦୀର୍ଘକାଳୀନ ପୂର୍ବାନୁମାନକୁ ସଂଶୋଧନ କରାଯାଇଛି । ଏହାକୁ ସ୍ୱାଭାବିକ ଅବଧିର ହାରାହାରି ର ୯୦% କୁ ହ୍ରାସ କରାଯାଇଛି ।

ଯାହା ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସଙ୍କେତ ଦେଉଛି । ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୩ ଆଡ଼କୁ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବା ସହ ଆଗକୁ ବଢ଼ିବ । ଏହି ସମୟରେ ଓଡ଼ିଶାର ବାକି ରହିଥିବା ଅଞ୍ଚଳ ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମୌସୁମୀ ଅଗ୍ରଗତି କରିବ ଓ ବର୍ଷାର ପରିମାଣ ବଢ଼ିବ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...