ବନ୍ଧା ହେଲେ ରସିକିଆ ଅଧ୍ୟାପକ, ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା

Date:

Share post:

ଭୁବନେଶ୍ୱର, (୧୭/୦୬) : ଆପ୍ର : ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା । ବନ୍ଧା ହେଲେ ରସିକିଆ ଅଧ୍ୟାପକ । ଭରତପୁର ଥାନା ଅଂଚଳରେ ସାମ୍ନାକୁ ଆସିଲା ଭେଟେନାରୀ ପ୍ରଫେସରଙ୍କ ଡାର୍ଟି କାରନାମା ।

ଅଭିଯୁକ୍ତ ପଶ୍ଚିମବଙ୍ଗ ହୁଗୁଳିର ଅଜିତ କୁମାର ଗୁପ୍ତା । ଅଜିତ ଛାତ୍ରୀକୁ ପାଠ ପଢ଼ା ଆଳରେ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ପିଛା କରି ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରି ମେସେଜ କରୁଥିଲେ । ଏପରିକି ତାଙ୍କ କଥାରେ ରାଜି ନ ହେବାରୁ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏନେଇ ଛାତ୍ରୀ ଜଣଙ୍କୁ ଅଧ୍ୟାପକ ଅଜିତ ଗୁପ୍ତା ନାଁରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ସମ୍ପୃକ୍ତ ଅଧ୍ଯାପକକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଭରତପୁର ଥାନା ଅଞ୍ଚଳରେ ଘଟଣା ଯୋଗୁଁ ପ୍ରଫେସରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କେସ ନମ୍ବର ୫୦୧ ରେ ବିଭିନ୍ନ ଅପରାଧିକ ଦଫାରେ କୋର୍ଟ ଚାଲାଣ କରାଯାଇଛି । ପିଡିତାଙ୍କ ଡାକ୍ତରି ମାଇନା ସହ ଡିଜିଟାଲ ଏଭିଡେନ୍ସ ଆଧାରରେ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

spot_img

Related articles

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...

NEET UG ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ କଲେ ବନ୍ଦ

ନୂଆଦିଲ୍ଲୀ, (୧୭/୦୬) : ଆପ୍ର : NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାର ଜୁନ୍...

ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ, (୧୭/୦୬) : ଆପ୍ର : କଫ୍ ସିରପ୍ କୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିୟମ । ଏବେ ଡାକ୍ତରୀ ପ୍ରେସକ୍ରିପସନ ବିନା...

ଗୋଟିଏ ଘରୁ ଚାଲିଗଲା ଦୁଇଟି ଜୀବନ, ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

ହିନ୍ଦୋଳ, (୧୭/୦୬) : ଆପ୍ର : ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ । ମୃତକ ହିନ୍ଦୋଳ ବ୍ଲକ ବାଲିମି ଥାନା ରଞ୍ଜାଗୋଳ ଗ୍ରାମର...