Homelocalଶ୍ରୀମଦ୍ ଭାଗବତ ମହାପୁରାଣ ଜ୍ଞାନଯଜ୍ଞ ଉଦ୍ଘାଟିତ

ଶ୍ରୀମଦ୍ ଭାଗବତ ମହାପୁରାଣ ଜ୍ଞାନଯଜ୍ଞ ଉଦ୍ଘାଟିତ

ଗୁଣପୁର, (୨୮/୯) : ଆପ୍ର : ଗୁଣପୁର ସହରର ନୂତନ ବସଷ୍ଟାଣ୍ଡ ନିକଟସ୍ଥ ଭେଙ୍କଟେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ମହାପୁରାଣ ଜ୍ଞାନଯଜ୍ଞ ରବିବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି ।WhatsApp Image 2026 09 28 at 12.15.26 1

ଏହି କାର୍ଯ୍ୟକ୍ରମରେ ସୁଦୂର ଜଗନ୍ନାଥ ଧାମ ପୁରୀ ର କଥାବାଚକ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଯୋଗଦେଇ ଭାଗବତ ମହାପୁରାଣ କଥାର ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣପୁର ସହର ଓ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଯୋଗଦେଇ ଭାଗବତ କଥାମୃତ ଶ୍ରବଣ କରିଥିଲେ । କାର୍ଯ୍ୟକ୍ରମକୁ ଆଦିତ୍ୟ ବାହିନୀର ରାଜ୍ୟ ଉପସଭାପତି ତ୍ରିପତି ମହାନ୍ତି ସଂଯୋଜନା କରିଥିବା ବେଳେ ଉମା ଶଙ୍କର ଦାସ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିଲେ । ଭାଗବତ ପ୍ରଚାର ସମିତି ର ସଭାପତି ମୀନକେତନ ପଣ୍ଡା , ସମ୍ପାଦକ ରାମ ପଣ୍ଡା ସମେତ ବହୁ ଭକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।WhatsApp Image 2026 09 28 at 12.15.27

ମହେନ୍ଦ୍ର ଆଶ୍ରମର ଭାସ୍କର ତୀର୍ଥ ସ୍ଵରୁପ ମହାରାଜ (ଲକ୍ଷ୍ମୀ ବାବା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଭାଗବତ ମହାପୁରାଣ ଜ୍ଞାନଯଜ୍ଞ ସପ୍ତାହ ବ୍ୟାପୀ ଚାଲୁ ରହିବ ବୋଲି ସୂଚନା ମିଳିଛି । ସାଧ୍ୱୀ ସତ୍ୟ ସିନ୍ଧୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ପୌରପରିଷଦ ର ଅଧ୍ୟକ୍ଷା ମମତା ଗୌଡ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ କଥାମୃତ ଶ୍ରବଣ କରିଥିଲେ । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀ ଭାଗବତ ପ୍ରଚାର ସମିତିର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments