Homelocalଗୁଣପୁର ଠାରେ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମୀଳନୀ

ଗୁଣପୁର ଠାରେ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମୀଳନୀ

ଗୁଣପୁର, (୨/୭) : ଆପ୍ର : ଗୁଣପୁର ଟାଉନ ହଲ୍ ଠାରେ ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ (ଓଡ଼ିଶା ସାରା ବିକାଶ ର ଧାରା) କାର୍ଯ୍ୟକ୍ରମ ରେ ଗୁଣପୁର ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।WhatsApp Image 2026 07 02 at 08.19.16 1

ଏହି ସମ୍ମିଳନୀରେ ମଞ୍ଚାସୀନ ଅତିଥି ଭାବେ ବିଧାୟକ ରଘୁରାମ ମାଛ (ମୁଖ୍ୟ ଅତିଥି), ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଗୋପି ଆନନ୍ଦ, ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ, ଶିବ ଶଙ୍କର ଉଲାକା, ଶିବ ପଟ୍ଟନାୟକ, ଅଶ୍ଵିନୀ କଞ୍ଚଡା, ଏସ୍ ଡି ସି ଚେୟାରମ୍ୟାନ ବିଦ୍ୟାଧର ଶବର ଯୋଗ ଦେଇଥିଲେ । ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନେ ବିଜେପି ସରକାରର ବିଭିନ୍ନ ଯୋଜନା ଓ ଏହାର ସଫଳ ରୂପାୟନ ବିଷୟରେ ଆଲୋଚନା କରିଥିଲେ ।WhatsApp Image 2026 07 02 at 08.19.15

ଏହି କାର୍ଯ୍ୟକ୍ରମରେ ଗୁଣପୁରବାସୀ ଗୁଣପୁର ର ବିକାଶ ପାଇଁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କିପରି ହୋଇପାରିବ ସେ ବିଷୟରେ ମଞ୍ଚାସୀନ ଅତିଥି ମାନଙ୍କୁ କହିଥିଲେ । ବିଶେଷ କରି ଜଳସେଚନ ସୁବିଧା , ଥେରୁବାଲି ରେଳ ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା, ବଂଶଧାରା ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ , ରିଙ୍ଗ୍ ରୋଡ୍ ଅନ୍ୟତମ । ଏଥିରେ ଗୁଣପୁର ନିର୍ବାଚନ ମଣ୍ଡଳୀର ୨୦୦ ରୁ ଉର୍ଦ୍ଧ ବୁଦ୍ଧିଜୀବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି ବୁଦ୍ଧିଜୀବୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ଓଡ଼ିଶାର ପ୍ରଥମ ବୋଲି ଉପସ୍ଥିତ ଜନସାଧାରଣ ମତ୍ତ ରଖିଥିଲେ ।

କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଅବସରପ୍ରାପ୍ତ ସେନା କର୍ମଚାରୀ , କିନ୍ନର ସଂଘର ସଭ୍ୟ, ସାମ୍ବାଦିକ , ପୁରୁଣା ବିଜେପି କର୍ମକର୍ତ୍ତା , ମଣ୍ଡଳ ସଭାପତି ଓ ସାଧାରଣ ଜନତା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ରେ ନଗର ସଭାପତି ଜୟଦେବ ପଣ୍ଡା , ସାନ୍ତନୁ ପାଣିଗ୍ରାହୀ , ଜଗଦୀଶ ପଣ୍ଡା , ଟିଙ୍କୁ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରଭାରୀ ଦେବାଶିଷ ପଣ୍ଡା ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments