Homebreaking newsପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ।

ଘରେ ଶୋଇଥିବା ଅବସ୍ଥାରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତ୍ରିନାଥ ନାଏକ । ସୂଚନା ଅନୁଯାୟୀ, ତ୍ରିନାଥ ନାଏକ ଓ ଯୋଗେନ୍ଦ୍ର ଖରସେଲଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ବିବାଦ ଏବଂ ଶତ୍ରୁତା ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ତେବେ ସେହି ବିବାଦ ରାତିରେ ରକ୍ତାକ୍ତ ରୂପ ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ବିଳମ୍ବିତ ରାତିରେ ତ୍ରିନାଥ ନିଜ ଘରେ ଶୋଇଥିବା ବେଳେ ଯୋଗେନ୍ଦ୍ର ଖରସେଲ ଧାରୁଆ ଅସ୍ତ୍ର ଧରି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତ୍ରିନାଥଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏନେଇ ମୃତକଙ୍କ ଝିଅ ଝାରବନ୍ଧ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଝାରବନ୍ଧ ଥାନା ଅଧିକାରୀ ସଞ୍ଜୟ ପରିଡ଼ାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ଅଭିଯୁକ୍ତ ଯୋଗେନ୍ଦ୍ର ଖରସେଲଙ୍କୁ ଅଟକ ରଖିଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଓ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇଥିବା ବେଳେ ପୁଲିସ ହତ୍ୟାର ପ୍ରକୃତ କାରଣ ଏବଂ ଘଟଣାର ସମସ୍ତ ଦିଗକୁ ନେଇ ଖୋଳତାଡ଼ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments