କନ୍ଧମାଳ, (୨୮/୦୯) : ଆପ୍ର : ତା ୧୮/୦୯/୨୦୧୬ ରିଖ ଦିନ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଲାମ୍ଵାବାଡି ଗ୍ରାମରେ ଆର୍ସେଟିର ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ମହାଲି, ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମ କର୍ତ୍ତା ଓ ସରପଞ୍ଚ ପଦ୍ମିନୀ ମଲ୍ଲିକ ଙ୍କ ସଭାପତିତ୍ୱରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।
ଆୟୋଜକ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଆର୍ସେଟିର ସହଯୋଗରେ ଲାମ୍ବାବାଡି ଗ୍ରାମ SHG ଦଳର ମହିଳା ଓ ଯୁବତୀମାନଙ୍କୁ ଛତୁ ଉତ୍ପାଦନ କରି ଜୀବିକା ନିର୍ବାହ କରିବା ସହିତ ଆତ୍ମ ସ୍ୱାବଲମ୍ବୀ ହୋଇ ଗାଁ’ରେ ରହି କିପରି ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଲାଭବାନ ହୋଇ ପାରିବେ ଓ ଛତୁ ଉତ୍ପାଦନ କରି ଯାହା ଦ୍ୱାରା ପରିବାର ପ୍ରତିପୋଷଣକୁ ଏକ ସୁନିଶ୍ଚିତ କରିବା ସହ ବେକାରୀ ସମସ୍ୟାକୁ କିପରି ରୋକାଯାଇପାରିବ ସେ ନେଇ ଏକ ନୂଆ ଆଶା ଓ ଉଦ୍ଦୀପନା ସୃଷ୍ଟି କରି ହେବ ତାହା ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଓ ଉଦ୍ଦେଶ୍ୟ ଅଟେ ବୋଲି ଆର୍ସେଟିର ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ମହାଲି ସୂଚନା ଦେଇଥିଲେ ।
ତା ୨୭/୦୯/୨୦୨୬ ରିଖ ଦିନ ତାଲିମ କାର୍ଯ୍ୟକ୍ରମର ଶେଷ ଦିବସରେ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମକର୍ତା ଓ ଆର୍ସେଟିର ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ମହାଲି ୩୦ ଜଣ ତାଲିମ ପ୍ରାର୍ଥୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି ତାଲିମ ଶିବିରକୁ ପ୍ରଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ କହଁର ଓ ସଂଯୋଜକ ଶ୍ରୀ ସିମାଞ୍ଚଳ ଡାକୁଆ କୁମାର ପରିଚାଳନା କରିଥିଲେ ।

