Homebreaking newsଲାଞ୍ଚ ମାମଲାରେ ରାଜସ୍ୱ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍‌

ଲାଞ୍ଚ ମାମଲାରେ ରାଜସ୍ୱ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍‌

କଟକ, (୩୦/୧୦) : ଆପ୍ର : ଲାଞ୍ଚ ମାମଲାରେ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ପ୍ରଶାନ୍ତ କୁମାର ନାୟକଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ । ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଏଥିସହ ଜରିମାନା ମଧ୍ୟ ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ପରେ ତାଙ୍କୁ ଜେଲ୍‌ ପଠାଯାଇଛି । ପ୍ରଶାନ୍ତ କୁମାର ନାୟକ କିଶନନଗର ତହସିଲ ଅନ୍ତର୍ଗତ ସମିଟଙ୍ଗା ଆର୍‌ଆଇ ସର୍କଲରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ସାଲେପୁର ତହସିଲ ଅନ୍ତର୍ଗତ ସାଲେପୁର ଆର୍‌ଆଇ ସର୍କଲରେ କାର୍ଯ୍ୟରତ ଥିଲେ । ଜଣେ ଅଭିଯୋଗକାରୀଙ୍କ ସରକାରୀ ଜମି ଜବରଦଖଲ ମାମଲା ଜାରି ରଖିବା ପାଇଁ ସେ ଲାଞ୍ଚ ଦାବି କରିବା ସହ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୩(୨) ସହ ୧୩(୧)(ଡି) ଅନୁଯାୟୀ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ କଠୋର କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।ପ୍ରଶାନ୍ତ ନାୟକଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ସୂଚନା ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments