Homelocalଗାଁକୁ ନାହିଁ ରାସ୍ତା, ରୋଗୀଙ୍କୁ ଖଟିଆ ଭରସା

ଗାଁକୁ ନାହିଁ ରାସ୍ତା, ରୋଗୀଙ୍କୁ ଖଟିଆ ଭରସା

ରାୟଗଡ଼ା, (୩୦/୧୦) : ଆପ୍ର : ଗାଁକୁ ନାହିଁ ରାସ୍ତା । ରୋଗୀଙ୍କୁ ଖଟିଆ ଭରସା । ରାୟଗଡ଼ାର ଉପାନ୍ତ ଅଞ୍ଚଳର ବିକଳ ଚିତ୍ର । ରାୟଗଡ଼ା ବ୍ଲକ ବାଇସିଙ୍ଗି ପଞ୍ଚାୟତର ପୂଜାରୀ ବୋମ୍ବୁ ଗାଁ’ର ଅଭି ବିଡ଼ିକା ହଠାତ୍ ଅସୁସ୍ଥ ହୋଇଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା ।

ଶେଷରେ ପରିବାର ଲୋକେ ଓ ଗାଁଲୋକେ ତାଙ୍କୁ ଏକ ଖଟିଆରେ କାନ୍ଧରେ ବୋହି ନାଗାବଳୀ ନଦୀ ପାର କରାଇଥିଲେ । ନଦୀର ପ୍ରଖର ସ୍ରୋତ ଓ ଖସଡ଼ା ପଥର ମଧ୍ୟରେ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଥିଲା । ଏହି ଖବର ଜାଣିବାପରେ ସତରେ ଲାଗୁଛି ଯେମିତି ସରୁନି ଦୁର୍ଗମ ଅଞ୍ଚଳର ଦୁଃଖ । ପ୍ରଶ୍ନ ଉଠୁଛି ଆଉ କେବେ ପାଇବେ ଏମାନେ ମୌଳିକ ସୁବିଧା ? ବିକାଶ ନାଁରେ କେବଳ ବିକଳ ଚିତ୍ର । ଏବେବି ରାଜ୍ୟରେ ଅନେକ ଦୁର୍ଗମ ଅଞ୍ଚଳ ଅପହଞ୍ଚ ହୋଇ ରହିଛି । ସାମାନ୍ୟ ବର୍ଷାରେ ଲୋକେ କାଦୁଅ ପଚପଚ ବିପଦ ସଙ୍କୁଳ ରାସ୍ତାରେ ଯାଆଆସ କରୁଛନ୍ତି । ବେଳେ ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଉଛି ଏହି ସବୁ ଅଞ୍ଚଳ । ଥରେ ଭାବନ୍ତୁ ତ ଏଭଳି ନଦୀର ପ୍ରଖର ସ୍ରୋତ ଓ ଖସଡ଼ା ପଥର ପାଇଁ କେତେ ଅଘଟଣ ଘଟିଯାଇଛି । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ସାଧାରଣରେ ଦାବି ଜୋର ଧରିଛି । କିଛି ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଯିବା ନିହାତୀ ଜରୁରୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments