ଭୁବନେଶ୍ବର, (୨୦/୧୧) : ଆପ୍ର : ବାତ୍ୟା ଅକଭାନ ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ବଡ଼ ପ୍ରସ୍ତୁତି । ଭୂସ୍ଖଳନ ଓ ଜଳବନ୍ଦୀ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି । ରାଜ୍ୟରେ ୩୮୮ ଅଗ୍ନିଶମ ଟିମ୍ ପ୍ରସ୍ତୁତ ।
୨୧୬ଟି ଟିମ୍ ମୁତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ୧୮୧ଟି ରବର ବୋଟ୍ ଓ ୧୦୨ ଡିୱାଟରିଂ ପମ୍ପ ପ୍ରସ୍ତୁତ ହୋଇ ରହିଛି । ପୁରୀ, ଗଞ୍ଜାମ ସମେତ ୧୨ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ିଆ ଅଞ୍ଚଳର ଗାଁ ଚିହ୍ନଟ ହୋଇଛି । ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ପୂର୍ବ ବାତ୍ୟାରେ ଭୂସ୍ଖଳନରେ ଯାଇଥିଲା ଜୀବନ। ଏଥର ଆଗୁଆ ସତର୍କ ଅଗ୍ନିଶମ ବିଭାଗ । ପୁରୀ ସମୁଦ୍ରକୂଳରେ ଲାଲ୍ ପତାକା, ସମୁଦ୍ର ସ୍ନାନ ଓ ଜଳକ୍ରୀଡ଼ା ଉପରେ କଟକଣା ଲଗାଯାଇଛି । ଆବଶ୍ୟକ ହେଲେ, ଜରୁରୀକାଳୀନ ନମ୍ବର ୧୧୨ କଲ କରିବାକୁ ନିବେଦନ କରିଛନ୍ତି ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

