Homelocalପୁଣି କଳିଙ୍ଗା ଘାଟୀରେ ଭୂସ୍ଖଳନ, ରାସ୍ତା ସିଲ

ପୁଣି କଳିଙ୍ଗା ଘାଟୀରେ ଭୂସ୍ଖଳନ, ରାସ୍ତା ସିଲ

ଗଜପତି//ଜି.ଉଦୟଗିରି, (୩୦/୧୦) : ଆପ୍ର : ବାତ୍ୟା ଜନିତ ଲଗାଣ ବର୍ଷାରେ ପୁଣି କଳିଙ୍ଗା ଘାଟୀରେ ଖସିଲା ପଥର,ଭାଙ୍ଗିଲା ଗଛ ।

ପୂର୍ବ ବର୍ଷାରେ ଧସିଥିବା ନିର୍ମାଣଧିନ ଗାର୍ଡଓ୍ବାଲ ନିକଟସ୍ଥ ବନଦୁର୍ଗା ମନ୍ଦିର ପାଖରେ ଘଟିଛି ଘଟଣା । ଜି.ଉଦୟଗିରି ଅଞ୍ଚଳରେ ଏବେ କମିଥିଲେ ସୁଧା ବିପଦ ଟଳିନାହିଁ । ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର,ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ସେପ୍ଟେମ୍ବର ମାସ ୨୩ ତାରିଖରୁ କଳିଙ୍ଗା ଘାଟୀ ବର୍ତ୍ତମାନ ସୁଧା ସିଲ ରହିଛି।

ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ସ୍ଥିତି ବେହାଲ । କଇଁପୁର ଓ ଗଙ୍ଗାବାଡ ଅଞ୍ଚଳରେ ଭୂସ୍ଖଳନ । ମହେନ୍ଦ୍ରଗିରି ପାହାଡ଼ରୁ ଆସୁଥିବା ବର୍ଷା ପାଣି ସ୍ରୋତରେ କାଇଁପୁର–ବୁରୁଖାତା ରାସ୍ତାର କେତେକ ଅଂଶ ଧୋଇଯାଇଛି । କଳିଙ୍ଗା ଘାଟିରେ ଲଗାଣ ବର୍ଷା ଯୋଗୁ ପୁଣି ଥରେ ଖସିଛି ବିଶାଳ ପଥର । ପୂର୍ବ ବର୍ଷାରେ ଧସିଥିବା ନିର୍ମାଣଧନ ଗାର୍ଡଓ୍ବାଲ ନିକଟ ବନଦୁର୍ଗା ମନ୍ଦିର ପାଖରେ ଭୂସ୍ଖଳନ ହୋଇଛି । ଏବେବି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଗୋଟିଏ ପଟେ ବନ୍ୟା ଆଉ ଗୋଟିଏ ପଟେ ଭୂସ୍ଖଳନ ସମସ୍ତଙ୍କ ଚିନ୍ତା ବଢ଼ାଇଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments