Homelocalକାର୍ତ୍ତିକ ବୁଡ଼ରେ କଟକଣା! ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି

କାର୍ତ୍ତିକ ବୁଡ଼ରେ କଟକଣା! ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି

ଗୁଣୁପୁର, (୨୦/୧୧) : ଆପ୍ର : କାର୍ତ୍ତିକ ବୁଡ଼ରେ କଟକଣା । ବଂଶଧାରା ନଦୀଘାଟରେ ଗାଧୋଇବା ମନା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଗୁଣୁପୁର ପ୍ରଶାସନର ବଡ଼ ନିଷ୍ପତ୍ତି ।

ବାତ୍ୟା ଅକଭାନ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ନଦୀ ଓ ନାଳରେ ଗାଧୋଇବା ଉପରେ କଟକଣା ଜାରି କରାଯାଇଛି । କାର୍ତ୍ତିକ ବୁଡ଼ ଅବସରରେ ବଂଶଧାରା ନଦୀ, ଏହାର ଶାଖା ନଦୀ ଏବଂ ନାଳରେ ଗାଧୋଇବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ସହ ପ୍ରଖର ସ୍ରୋତ ସୃଷ୍ଟି ହେବାର ସମ୍ଭାବନା ରହିଛି ।

କାଲି ପର୍ଯ୍ୟନ୍ତ ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ବଂଶଧାରା ନଦୀ ଓ ବିଭିନ୍ନ ଶାଖା ନାଳର ବିପଜ୍ଜନକ ତଥା ନିମ୍ନାଞ୍ଚଳ ଘାଟଗୁଡ଼ିକରେ ଗାଧୋଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବିଶେଷକରି ସକାଳ ସମୟରେ ଏହି କଟକଣାକୁ କଡ଼ାକଡ଼ି ଲାଗୁ କରାଯିବା ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ତହସିଲଦାର, ବିଡିଓ ଏବଂ ପୋଲିସ ଅଧିକାରୀଙ୍କୁ ବିପଦପୂର୍ଣ୍ଣ ଘାଟଗୁଡ଼ିକରେ ବ୍ୟାରିକେଡ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଇଛି । ଆଦେଶର ଉଲ୍ଲଂଘନକୁ ଗୁରୁତର ସହ ନିଆଯିବ ବୋଲି ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପ ସ୍ପଷ୍ଟ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments