Homelocalରାସ୍ତା ମଝିରେ ହାତୀପଲ, ଉଭୟ ପାର୍ଶ୍ୱରେ ଅଟକିଲା ଶହ ଶହ ଗାଡ଼ି

ରାସ୍ତା ମଝିରେ ହାତୀପଲ, ଉଭୟ ପାର୍ଶ୍ୱରେ ଅଟକିଲା ଶହ ଶହ ଗାଡ଼ି

ଯୋଡା, (୧୦/୦୯) : ଆପ୍ର : ଜାତୀୟ ରାଜପଥରେ ହାତୀ ପଲ। ଦୀର୍ଘ ସମୟ ଧରି ଏନଏଚ-୨୦ରେ ହାତୀ ପଲ ରହିବା ପରେ ଗାଡି ଚଳାଚଳ ବ୍ୟାହତ ।

କେନ୍ଦୁଝର ଜିଲ୍ଲା ରିମୁଳି-ଚମ୍ପୁଆ ଜାତୀୟ ରାଜପଥ ୨୦ର ଦଳିତା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ୨୫ଟିକିଆ ହାତୀପଲ ଜାତୀୟ ରାଜପଥ ଉପରେ ରାସ୍ତା ଅତିକ୍ରମ ବେଳେ ଦୀର୍ଘ ସମୟ ଧରି ରାସ୍ତା ଉପରେ ଠିଆ ହୋଇ ରହିଥିଲେ। ରାସ୍ତା ଉପରୁ ହାତୀ ନହଟିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା l ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସତର୍କ କରିଥିଲା । ଦୀର୍ଘ ସମୟ ପରେ ହାତୀ ପଲ ପୁଣି ରାସ୍ତା ଅତିକ୍ରମ କରି ଜଙ୍ଗଲ ଭିତରକୁ ଚାଲିଯିବାରୁ ଗାଡ଼ି ଚଳାଚଳ ସ୍ଵାଭାବିକ ହୋଇଥିଲା ।

ସୂଚନା ଅନୁସାରେ, ହାତୀପଲଟି ଜଙ୍ଗଲ ଅଞ୍ଚଳରୁ ଅନ୍ୟପଟକୁ ଯିବା ପାଇଁ ଜାତୀୟ ରାଜପଥ ପାର୍ ହେଉଥିଲା । ତେବେ ରାସ୍ତା ମଝିରେ ଦୀର୍ଘ ସମୟ ଧରି ହାତୀମାନେ ରହିଯିବାରୁ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ଅଟକି ଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବା ଦେଖାଯାଇଥିଲା । ଦୀର୍ଘ ସମୟ ପରେ ହାତୀପଲ ରାସ୍ତା ଅତିକ୍ରମ କରି ପୁଣି ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ଏହାପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପୁଣି ସ୍ୱାଭାବିକ ହୋଇଥିଲା । ତେବେ ଜାତୀୟ ରାଜପଥ ଦେଇ ହାତୀପଲର ଏଭଳି ଚଳାଚଳ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments