Homebreaking newsମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର

ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର

ପାଟଣାଗଡ଼, (୧୦/୦୯) : ଆପ୍ର : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭରୁଆପାଲି ଗାଁ’ରେ ଅଭାବନୀୟ ଘଟଣା ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର

ଗୁରୁତର ଝିଅ ପାଟଣାଗଡ଼ ଡାକ୍ତରଖାନା ସ୍ଥାନାନ୍ତର । ମଦ୍ୟପ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବେଲପଡା ପୋଲିସ । ସୂଚନା ମୁତାବକ ଭରୁଆପାଲି ଗାଁର ଜୟକିସାନ କରୁଆଁ ମଦ୍ୟପାନ କରି ଘରକୁ ଆସିଥିବା ବେଳେ କୌଣସି କଥାକୁ ନେଇ ଉତ୍ୟକ୍ତ ହୋଇ ସ୍ତ୍ରୀ ରଞ୍ଜିତା ଓ ଝିଅ ଉମାକାନ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ରଞ୍ଜିତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରିବାର ଓ ଗ୍ରାମବାସୀ ଗୁରୁତର ଉମାକାନ୍ତିଙ୍କୁ ଉଦ୍ଧାରକରି ପ୍ରଥମେ ବେଲପଡା ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ପାଟଣାଗଡ଼ ସ୍ଥାନାନ୍ତର କରାଯାଇଛି । ବେଲପଡା ପୋଲିସ ଜୟକିସାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରିରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments