Homelocalରାଜଧାନୀରେ କଂଗ୍ରେସର ବଡ଼ ପ୍ରତିବାଦ, MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି

ରାଜଧାନୀରେ କଂଗ୍ରେସର ବଡ଼ ପ୍ରତିବାଦ, MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି

ଭୁବନେଶ୍ୱର, (୨୯/୦୯) : ଆପ୍ର : MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ପରିବର୍ତ୍ତନ ରାଲି । ରାଜଧାନୀରେ କଂଗ୍ରେସର ବଡ଼ ପ୍ରତିବାଦ ।

MMDR ସଂଶୋଧନ ପ୍ରତ୍ୟାହାର ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ବିଭିନ୍ନ ଦାବି ନେଇ କଂଗ୍ରେସ ଓ INDIA ବ୍ଲକ୍ ର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ରାଲି କରାଯାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଳୀୟ ନେତା ଓ କର୍ମୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । କଂଗ୍ରେସର ପ୍ରମୁଖ ଦାବି ମଧ୍ୟରେ ରହିଛି MMDR ସଂଶୋଧନ ପ୍ରତ୍ୟାହାର । ଏହି ସଂଶୋଧନ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥକୁ ପ୍ରଭାବିତ କରିବ ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି । ଏହା କଂଗ୍ରେସର ରାଜନୈତିକ ଅଭିଯୋଗ ଓ ଦାବି । ଏହାସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ PCC ସଭାପତି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସୁଦୃଢ଼ ବ୍ୟାରିକେଡ଼ ବ୍ୟବସ୍ଥା ସହ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା ଆୟୋଜିତ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments