Homelocalସର୍ବଭାରତୀୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ଭୁବନେଶ୍ୱର ( AIIMS)ର ଏକ ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ...

ସର୍ବଭାରତୀୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ଭୁବନେଶ୍ୱର ( AIIMS)ର ଏକ ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ

ସୁବର୍ଣ୍ଣପୁର, (୨୨/୦୭) : ଆପ୍ର : ସର୍ବଭାରତୀୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ଭୁବନେଶ୍ୱର ( AIIMS)ର ଏକ ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ WhatsApp Image 2026 07 23 at 06.44.27

ସୁବର୍ଣ୍ଣପୁର ଜିଲ୍ଲା ରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ ଙ୍କ ଅନୁରୋଧ କ୍ରମେ ଜିଲ୍ଲା ରେ କେଉଁ କାରଣ ରୁ ଲୋକେ ଏତେ ପରିମାଣ ରେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାର ଅନୁସନ୍ଧାନ ପାଇଁ ଜିଲ୍ଲା ରେ ଏମ୍ସ ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଏକ ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ଏହି ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲା ର ସଦର ସୋନପୁର ବ୍ଲକ ଓ ଉଲୁଣ୍ଡା ବ୍ଲକ ର ସୁନାପାଲି ଗ୍ରାମକୁ ଆଜି ପରିଦର୍ଶନ ରେ ଯାଇଥିଲେ ।

ସେହି ଗ୍ରାମ ମାନଙ୍କରେ ଲୋକଙ୍କ ସହିତ ମିଶି ଲୋକ ଙ୍କ କାମ ଧନ୍ଦା, ଖାଦ୍ୟ ପେୟ, ପିଇବା ପାଣି, ସମଗ୍ର ପରିବେଶ ପ୍ରତି ଅନୁଧ୍ୟାନ କରି କିଡନୀ ରୋଗ ହେବାର କାରଣ ଓ ନିରାକରଣ ଉପରେ ଆଲୋଚନା କରି ଲୋକ ଙ୍କୁ ସଚେତନ କରିଛନ୍ତି. ଏମ୍ସ ର ଏକ୍ଜିକୁଟିଭ ନିର୍ଦ୍ଦେଶକ ଏଣ୍ଡ ସି ଇ ଓ ପ୍ରଫେସର ଡ଼ା. ଆଶୁତୋଷ ବିଶ୍ୱାସ, ଡା. ସନ୍ଦୀପ କୁମାର ପଣ୍ତା, ଏସୋସିଏଟ୍ ପ୍ରଫେସର ନେଫ୍ରୋଲୋଜି ଵିଭାଗ, ଡ଼ା. ବିନୋଦ ବେହେରା ଅତିରିକ୍ତ ପ୍ରଫେସର କମ୍ୟୁନିଟୀ ମେଡିସିନ ଏଣ୍ଡ ଫେମିଲି ମେଡିସିନ, ଡ଼ା, ଦେବାନନ୍ଦ ସାହୁ, ଏସୋସି ଏଟ ପ୍ରଫେସର୍ ଜେନେରାଲ ମେଡିସିନ ପ୍ରମୁଖ ପାଞ୍ଚ ଜଣିଆ ଟିମ୍ ସହିତ ନିଜେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟେ ଡ଼ . ନୃପରାଜ ସାହୁ ଉକ୍ତ ଗ୍ରାମକୁ ପରିଦର୍ଶନ ରେ ଯାଇଥିଲେ ।

ଏହି ଟିମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଉଷାରାଣୀ ଦାଶ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦେବୀପ୍ରସାଦ ମହାପାତ୍ର ଜିଲ୍ଲା କାର୍ଯକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତିରୁ ରୋଗ ସର୍ବେକ୍ଷଣ ସଂସ୍ଥାର ଏପିଡେମିଓଲୋଜିଷ୍ଟ ଲୋପାମୁଦ୍ରା ମହାପାତ୍ର ଓ ଟିମ ଏହି ଦଳରେ ସାମିଲ ଥିଲେ । ଆଜି ସକାଳେ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା । କିଡ଼ନୀ ରୋଗ ସାଧାରଣତଃ, ମାନସିକ ଚାପ, କୀଟନାଶକ ଔଷଧ ର ବହୁଳ ବ୍ୟବହାର, ଖରଜଳ ପାନୀୟ ଭାବରେ ବ୍ୟବହାର କରୁଥିବାରୁ, ଓ ବହୁଳ ଭାବରେ ଦେଶୀ ମଦ ନିଶା ବ୍ୟବହାର ଯୋଗୁଁ ଏହି ରୋଗ ଆକ୍ରାନ୍ତ ର ମୁଖ୍ୟ କାରଣ ବୋଲି ବୈଠକ ରେ ଏମ୍ସ ନିର୍ଦ୍ଦେଶକ କହିଥିଲେ ।

ତରଳ ଝାଡା ଓ ବାନ୍ତି ରୋଗୀ ମାନେ ତଥା କମ ପାଣି ପିଇଵା ଦ୍ୱାରା ଏହି ରୋଗ ହୋଇଥାଏ । ରିସର୍ଚ୍ଚ ମୋଡ଼ ରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହିତ ମିଶି ଏହି ରୋଗର କାରଣ ଓ ନିରାକରଣ ରେ ସଫଳତା ପାଇ ପାରିବେ ବୋଲି ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସଧାରଣ ଲୋକ ଙ୍କୁ ଓ ଜିଲ୍ଲା ପ୍ରଶାସନ କୁ ଦୃଢ଼ ପ୍ରତିଶୁତି ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments