କଟକ, (୦୬/୦୭): ଆପ୍ର : କଟକ ମହାନଦୀରେ ବଡ଼ ଅଘଟଣ । ନରାଜରେ ସେଲଫି ନେଲାବେଳେ ୩ ଜଣ ଭାସିଗଲେ । ୨ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଜଣେ ନିଖୋଜଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଏପଟେ ମହାନଦୀ, କାଠଯୋଡ଼ି ନଦୀଘାଟ ଭିତରକୁ ଯିବା ପାଇଁ ବାରଣ ହୋଇଛି । ନଦୀଘାଟ ଦେଇ ପ୍ରବେଶ, ଗାଧୋଇବା, ପହଁରିବା ମନା । କଡ଼ା କଟକଣା ଜାରି କଲା କଟକ ଜିଲ୍ଲା ପ୍ରଶାସନ । ନଦୀକୁ ପ୍ରବେଶ ନକରିବାକୁ ନଜର ରଖିବେ ଅଗ୍ନିଶମ ବିଭାଗ । ପାଣିପାଗ ବିଭାଗ ଭାରୀ ବର୍ଷା ୱାର୍ଣ୍ଣିଂ ଦେଇଥିବାରୁ ପଦକ୍ଷେପ ନିଆଯାଇଛି । ସୂଚନା ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।

