Homelocalଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କ ବିନିକା ଆର୍ ଏମ୍ ସି ଧାନମଣ୍ଡି ପରିଦର୍ଶନ

ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କ ବିନିକା ଆର୍ ଏମ୍ ସି ଧାନମଣ୍ଡି ପରିଦର୍ଶନ

ସୁବର୍ଣ୍ଣପୁର, (୨୭/୫) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆର୍ ଏମ୍ ସି ଧାନ ମଣ୍ଡି କୁ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ଶେଖର ପାଢ଼ୀ ପରିଦର୍ଶନରେ ଆସି ଚାଷୀ ଙ୍କ ସହ ଆଲୋଚନା କରିଥିଲେ ।WhatsApp Image 2026 05 28 at 06.41.00

ଚାଷୀ ମନେ ଧାନ କିପରି ଭାବରେ ସୁରୁଖୁରୁରେ ମଣ୍ଡି ରୁ ଧାନ ଉଠି ପାରିବ , ଚାଷୀ ପଞ୍ଜି କରଣ କରିଥିବା ସବୁ ଚାଷ ଜମି ର ଟୋକନ ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି । ସେଥିପ୍ରତି ଗୁରୁତ୍ୱ ଦେବାକୁ କହିବା ସହ କେତକ ସ୍ଥାନରେ ମହିଳା ସ୍ଵଂ ସ ଗୋଷ୍ଠୀ ଚାଷୀ ମାନଙ୍କ ଧାନକ୍ରୟ ପାଇଁ ପଞ୍ଜୀକୃତ କରିଥିବା ବେଳେ ଧାନ କିଏ କିଣିବ ତାହା ପ୍ରଶାସନ ପକ୍ଷରୁ ସୂଚନା ମିଳିପାରି ନାହିଁ, ମଣ୍ଡି ଆରମ୍ଭ ହେବା ସତ୍ୱେ କେତେକ ଚାଷୀଙ୍କ ଟୋକାନ ଆସିନାହିଁ ।

ଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଚାଷୀ ମାନେ ରାଜ୍ୟ ସଭାପତି ଙ୍କୁ ପଚାରିଥିଲେ । ରାଜ୍ୟ ସଭାପତି ଶ୍ରୀ ପାଢ଼ୀ ଚାଷୀ ମାନଙ୍କ ସହିତ ଆଲୋଚନା କରି ସରକାରଙ୍କୁ ଜଣାଇ ଧାନ କିଣା ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ପାଢ଼ୀ ଙ୍କ ଗସ୍ତ ସମୟରେ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଆର୍ତ୍ତବନ୍ଧୁ ପୃଷ୍ଟି, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶୋକ ପୃଷ୍ଟି, ଡି ଏଲ ପି ସି ସଭ୍ୟ ଶିବରାଜ ବେହେରା,ଚରଦେଇ ମଣ୍ଡଳ ସଭାପତି ଉଦ୍ଧବ ମହାକୁର, ଭୁବନେଶ୍ୱର ପାତ୍ର, ବିନିକା ପେସ୍କ ର ସମ୍ପାଦକ ପ୍ରଶାନ୍ତ(ମିନୁ) ନାୟକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments