ଗୁଣପୁର, (୧୮/୯) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅତି ଧୁମଧାମରେ ପାଳନ ହୋଇଯାଇଛି ।
ଏଥି ସହ ଆରମ୍ଭ ହୋଇଛି ମାସିକିଆ ସେବା ସଂକଳ୍ପ ଅଭିଯାନ । ଏହି ଅବସରରେ ଆଜି ନଗର ମଣ୍ଡଳ ସଭାପତି ଜୟଦେବ ପଣ୍ଡା ଙ୍କ ଆହ୍ଵାନ କ୍ରମେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଏହି ଦିବସକୁ ଆନନ୍ଦ ସହକାରେ ପାଳନ କରିଥିଲେ । ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡଙ୍କ ନେତୃତ୍ୱରେ ସ୍ଥାନୀୟ ହଳଦିଆ ନାଳ ଛକରୁ ବିଜେପି ନେତା ଓ ସାଧାରଣ ଲୋକେ ବାଦ୍ଯ ବାଜଣା, ବାଣ ସହ ହ୍ଯାପି ବାର୍ଥ ଡେ ମୋଦୀ ଗିତ ସହ ନାଚି ନାଚି ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗ୍ରାମଦେଵୀ ମନ୍ଦିର ନିକଟରେ ପହଞ୍ଚିଥିଲେ । ଏଠାରେ ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ଯୋଗଦେଇ ନେତାମାନେ ପ୍ରଦୀପ ଜାଳି ମୋଦୀଙ୍କ ଲମ୍ବା ଆୟୁଷ ମନାସିଥିଲେ ।
ଏହାପରେ ଏହି ନେତାମାନେ ସହରର ଠାକୁରାଣୀ ମନ୍ଦିର ଛକ, ପୁରାଣା ବସଷ୍ଟାଣ୍ଡ, କୁମ୍ଭାର ସାହି, କଳକୀ ନଗର, ଆଦର୍ଶ ନଗର ଇତ୍ୟାଦି ସ୍ଥାନରେ ହୋଇଥିବା ଗଣେଶ ପୂଜା ମଣ୍ଡପକୁ ପହଞ୍ଚି ଠାକୁର ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୌରାଧ୍ୟକ୍ଷା ମମତା ଗୌଡ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ଯୁବନେତା ବାପି ପଣ୍ଡା, ମିଲି ପାଢି, ଜିଆଇଇଟି ର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ହାଉସିଂ ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ସାଉକାର, ଭାଷା ଶତପଥି, ରାମ ପଣ୍ଡା, ବୁଲୁ ପାଢି, ଶ୍ରଦ୍ଧା ପଣ୍ଡାଙ୍କ ସମେତ ବହୁ କାଉନସିଲର ଓ ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ କାଶୀ ବିଶ୍ଵନାଥ ମନ୍ଦିର ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ବରିଷ୍ଠ ନେତା ଓ୍ବାଇ ଗଣପତି, ଜିଲ୍ଲା ଉପ ସଭାପତି ଶ୍ରୀନିବାସ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହିସବୁ କାର୍ଯ୍ୟକ୍ରମ ରେ ସହରର ଶତାଧିକ ମହିଳା ଯୋଗ ଦେଇଥିଲେ ।c

