Homelocalଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ,ଶୋକସଭା ଅନୁଷ୍ଠିତ

ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ,ଶୋକସଭା ଅନୁଷ୍ଠିତ

ବୋରିଗୁମ୍ମା, (୧୬/୯) : ଆପ୍ର : ବୋରିଗୁମ୍ମା ସ୍ଥିତ ଜାତୀୟ ରାଜପଥ ଡାକ ବଙ୍ଗଳା ଠାରେ ଯୁବ ସାମ୍ବାଦିକ ରିଙ୍କୁ ପଟ୍ଟନାୟକ ଙ୍କ ଅକାଳ ବିୟୋଗରେ ପ୍ରେସ କ୍ଲବ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଥିଲା ।

ପ୍ରେସ କ୍ଲବ ର ସଭାପତି ବିଜୟ ନାରାୟଣ ସାହୁ ଙ୍କ ସଭାପତିତ୍ୱ ରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମ ସାମ୍ବାଦିକ ରିଙ୍କୁ ପଟ୍ଟନାୟକ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ପରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରେସ କ୍ଲବ ର ସଭ୍ୟ ମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସ୍ବର୍ଗତ ରିଙ୍କୁ ପଟ୍ଟନାୟକ ଜଣେ ଯୁବ ସାମ୍ବାଦିକ ଥିଲେ । ଜଣେ ନିରପେକ୍ଷ, ନିର୍ଭୀକ,କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ରିଙ୍କୁ ବେଶ ଜଣାଶୁଣା ଥିଲେ ।

ତାଙ୍କ ବିୟୋଗରେ ପ୍ରେସ କ୍ଲବ ଅପୁରଣୀୟ କ୍ଷତି ହୋଇଛି ବୋଲି ସଭାପତି ବିଜୟ ନାରାୟଣ ସାହୁ ସ୍ମୃତିଚାରଣ ବେଳେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ କେ.ସାକିଲି ଦୋରା, ରଞ୍ଜନ କୁମାର ମିଶ୍ର, ସୁଶୀଳ ଷଡଙ୍ଗୀ, ସୀମାଞ୍ଚଳ ମହାରଣା, ଜି.ମୋହନ ଦୋରା,ମାନସ ହୋତା, ସୁକାନ୍ତ କୁମାର ପଟ୍ଟନାୟକ, ବାପି ହୋତା, ପି ଅନନ୍ତ ରାଓ,ଗୋପାଳ ଡଙ୍ଗରି, ଟୁଟୁ ପଟ୍ଟନାୟକ ଶୋକ ସଭା ରେ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments