Homelocalବାତ୍ୟା ଆସୁ ସରକାର ୩୬୫ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି : ସୁରେଶ ପୂଜାରୀ

ବାତ୍ୟା ଆସୁ ସରକାର ୩୬୫ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି : ସୁରେଶ ପୂଜାରୀ

ଭୁବନେଶ୍ୱର, (୧୮/୦୯) : ଆପ୍ର : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

କିଛି ଘରୋଇ ସଂସ୍ଥା ପକ୍ଷରୁ ବାତ୍ୟାକୁ ନେଇ କରାଯାଉଥିବା ପୂର୍ବାନୁମାନ ଉପରେ ପ୍ରତିକ୍ରିୟା ଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟା ଆସୁ ସରକାର ୩୬୫ ଦିନ ପାଇଁ ପ୍ରସ୍ତୁତ ଅଛନ୍ତି । ଘରୋଇ ସଂସ୍ଥାମାନେ ନିଜ ନିଜ ଆକଳନ କରୁଛନ୍ତି । ସରକାର ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ଆକଳନ ଓ ଆଗୁଆ ସୂଚନା ପାଇଁ ରାଜ୍ୟରେ ଅତ୍ୟାଧୁନିକ ଡପଲର୍ ରାଡାର୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଉଛି । ଯାହା ବି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ଏବଂ ଆସିବ ତାକୁ ଆମେ ପ୍ରତିହତ କରିପାରିବା ସେମାନେ ଯାହା ପୂର୍ବାନୁମାନ ଲଗାଉଛନ୍ତି ଲଗାନ୍ତୁ କିନ୍ତୁ ଆମ ୩୬୫ ଦିନ ପ୍ରସ୍ତୁତ ଅଛୁ । ଏବେ ଯାଏଁ ବାତ୍ୟା ନେଇ ସେଭଳି କୌଣସି ନିଶ୍ଚିତ ଆକଳନ ହୋଇନାହିଁ । ରାଜ୍ୟ ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ । ଗତକାଲି ସମ୍ବଲପୁରରେ ଡପଲର୍ ରାଡାର୍ ସ୍ଥାପନ କରାଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର୍ ରାଡାର୍ ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଗତିପଥ ଓ ପ୍ରଭାବକୁ ଅଧିକ ସଠିକ୍ ଭାବେ ଆକଳନ କରିହେବ ବୋଲି କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments