Homelocalମାଛ ମାରିବା ହେଲା କାଳ l ପାଣିରେ ବୁଡି ଯୁବକ ମୃତ

ମାଛ ମାରିବା ହେଲା କାଳ l ପାଣିରେ ବୁଡି ଯୁବକ ମୃତ

ସୁବର୍ଣ୍ଣପୁର, (୨୧/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଗୁଲୁଣ୍ଡା ଗାଁ’ର ଅମୁଲ୍ୟ ସା (୩୫) ମାଛ ମାରିବା ପାଇଁ ଗାଁ ନିକଟ ଜୋରକୁ ଯାଇଥିଲା ।

ହେଲେ ମାଛ ମାରୁଥିବା ସମୟରେ ସେ ହଠାତ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ଖୁଜାଖୁଜି କରିବା ରୁ ପାଣି ଭିତରୁ ତାଙ୍କ ମୃତ ଦେହ ପାଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଣିରେ ବୁଡି ଅମୁଲ୍ୟ ର ହୋଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପଟେ ବିନିକା ପୋଲିସ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଂଚି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ କରିବା ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ପୋଲିସ ତଦନ୍ତ ଜାରୀ ରଖିଛି । ହେଲେ ମୃତ ଅମୁଲ୍ୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମ ବାସୀ ଦାବୀ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments