ସୁବର୍ଣ୍ଣପୁର, (୨୧/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁ ପଟରୁ ଦ୍ରୁତ ଗତିରେ ବିନିକା ଅଭିମୁଖେ ଏଚ୍ଏଫ୍ ଡିଲକ୍ସ ଓଡି ୩୧ ଡି ୬୫୧୭ ମୋଟର ସାଇକେଲ ରେ ପଙ୍କେଲଦାଦର ଗ୍ରାମର ଅନିଲ ନାଗ ଯାଉଥିବା ସମୟରେ ସିନ୍ଦୁରପୁର ଛକରେ ଭାରସାମ୍ୟ ହରାଇ ଏକ ଘରକୁ ଧକ୍କା ଦେଇ ଛିଟିକି ପଡ଼ିଥିଲେ ।
ତେଵେ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ୧୦୮ କୁ ଖବର ଦେଇଥିବାରୁ ଆମ୍ବୁଲାନ୍ସ ଯୋଗେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ । ସୁବର୍ଣ୍ଣପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅନିଲ ଙ୍କ ମୃତ୍ୟୁ ଘଟିଛି । ଏପଟେ ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

