Homebreaking newsମହିଳାଙ୍କୁ ଛୁରିରେ ଆକ୍ରମଣ କଲେ ପ୍ରେମିକ, ପ୍ରେମିକା ଗୁରୁତର; ମହିଳାଙ୍କ ସମ୍ପର୍କୀୟଙ୍କ ପ୍ରତିଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ମହିଳାଙ୍କୁ ଛୁରିରେ ଆକ୍ରମଣ କଲେ ପ୍ରେମିକ, ପ୍ରେମିକା ଗୁରୁତର; ମହିଳାଙ୍କ ସମ୍ପର୍କୀୟଙ୍କ ପ୍ରତିଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବେଲପଡ଼ା//ବଲାଙ୍ଗୀର, (୧୫/୭) : ଆପ୍ର : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ ମହିଳାଙ୍କୁ ଧାରୁଆ ଛୁରିରେ ଆକ୍ରମଣ କରିଥିବା ବେଳେ, ପରବର୍ତ୍ତୀ ସମୟରେ ମହିଳା ଓ ତାଙ୍କ ସମ୍ପର୍କୀୟଙ୍କ ପ୍ରତିଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଗୁରୁତର ଆହତ ମହିଳାଙ୍କ ଅନ୍ତ ବୁଜୁଳା ବାହାରି ପଡ଼ିଥିଲା ବେଳେ ପ୍ରଥମେ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମହିଳା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ମୁରିବାହାଲ ଥାନା ଅନ୍ତର୍ଗତ ଅର୍ନ୍ତଲା ଗାଁ’ର ମୁନ୍ନା ବେହେରା(୩୫) ବେଲପଡ଼ାର ସାଇନଗର ପଡ଼ାରେ ରହୁଥିବା ମହିଳାଙ୍କ ଘରକୁ ଆସିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ମୁନ୍ନା ଏକ ଧାରୁଆ ଛୁରିରେ ମହିଳାଙ୍କ ପେଟକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ମୁନ୍ନାଙ୍କୁ ମାଡ଼ ମାରିଥିଲେ ।

ଉଭୟଙ୍କୁ ପ୍ରଥମେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସା ପାଇଁ ବଲାଙ୍ଗୀର ନେବା ବେଳେ ମୁନ୍ନା ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ମହିଳା ଓ ମୁନ୍ନାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା ଏବଂ ଉଭୟ କିଛି ବର୍ଷ ଧରି ଏକାଠି ରହୁଥିଲେ । ପ୍ରାୟ ମାସକ ପୂର୍ବରୁ ମହିଳା ନିଜ ସମ୍ପର୍କୀୟଙ୍କ ଘରେ ବେଲପଡ଼ାରେ ରହୁଥିଲେ । କିଛିଦିନ ପୂର୍ବରୁ ମହିଳାଙ୍କୁ ମୁନା ବେହେରା ଖୋଜିବା ପାଇଁ ଆସିଥିଲା କିନ୍ତୁ ମହିଳାଙ୍କୁ ସେଠାରେ ନପାଇବାରୁ ତାଙ୍କ ନାବାଳିକା ଝିଅକୁ ଅପହରଣ ଉଦ୍ୟମ କରିଥିଲେ ।

ନାବାଳିକା ବେକରେ ଛୁରୀ ଲଗାଇ ଅପହରଣ ଉଦ୍ୟମ କରାଯାଇଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଘଟଣା ପରଠାରୁ ମୁନ୍ନା ଫେରାର ରହିଥିଲା । ବୁଧବାର ପ୍ରେମିକା ଓ ତାଙ୍କ ଝିଅ ରହୁଥିବା ଘରକୁ ଆସି ମୁନା ବେହେରା ପ୍ରେମିକାଙ୍କ ସହ ଗଣ୍ଡଗୋଳ କରି ଛୁରିରେ ଆକ୍ରମଣ କରିଥିଲେ । ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ଜାଣିବା ପାଇଁ ବେଲପଡ଼ା ପୋଲିସ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments