କଚାଡ଼ି ମାରିଲା ଦନ୍ତା, ୧୫ ଘଣ୍ଟାରୁ ଅଧିକ ସମୟ ହେବ ପଡିରହିଛି ଯୁବକଙ୍କ ମୃତଦେହ

Date:

Share post:

ଦେବଗଡ଼, (୧୧/୦୬) : ଆପ୍ର : କଚାଡ଼ି ମାରିଲା ଦନ୍ତା , ଯୁବକ ମୃତ । ୧୫ ଘଣ୍ଟାରୁ ଅଧିକ ସମୟ ହେବ ପଡିରହିଛି ମୃତଦେହ ।

ଏହାକୁ ନେଇ ଦେବଗଡ଼ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସଂଘାପଶି ଗାଁ’ରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବକ ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ଗାଁର ସୁଶାନ୍ତ ନାୟକ । ଗତକାଲି ସନ୍ଧ୍ୟାରେ ସୁଶାନ୍ତ ଓ ଅନ୍ୟ ୪ଜଣ ବିବାହ ପାଇଁ ଝିଅ ଦେଖିବାକୁ ଆସିଥିବାବେଳେ ଅଘଟଣ ଘଟିଥିଲା । ଗାଡ଼ିରୁ ଟାଣି ନେଇ ସୁଶାନ୍ତଙ୍କୁ କଚାଡି ମାରିଥିଲା ହାତୀ । ବନବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିଲେ ମୃତଦେହ ଉଠାଇ ନ ଦେବାକୁ ଜିଦ ଧରି ବସିଛନ୍ତି ଗ୍ରାମବାସୀ । ଗାଁ ନିକଟରେ ଏବେ ମଧ୍ୟ ରହିଛନ୍ତି ୨୨ ଟିକିଆ ହାତୀପଲ । ଗତ ୬ମାସ ମଧ୍ୟରେ ୧୦ରୁ ଅଧିକ ଜୀବନ ଯାଇଥିବା ବେଳେ ଘରଦ୍ୱାର ଓ ଫସଲ ନଷ୍ଟ ନିତିଦିନିଆ ଘଟଣା ପାଲଟିଛି । ଫଳରେ ଦିନରାତି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରୁ ହାତୀ ଘଉଡ଼ାଇବାକୁ ବନବିଭାଗକୁ ଗାଁଲୋକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...