ମାଲକାନଗିରି, (୦୯/୧୧) : ଆପ୍ର : ହାଇଦ୍ରାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ଓଡିଆ ଶ୍ରମିକଙ୍କ ଜୀବନ । ଦାଦନ ଶ୍ରମିକ ହୋଇ ଯାଇଥିଲେ , ହେଲେ ଘରକୁ ଫେରିବ ତାଙ୍କ ମୃତ ଶରୀର ।
ସୂଚନା ମୁତାବକ, ମାଲକାନଗିରି ଜିଲ୍ଲାର ୫ ଜଣ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିଲେ । ଘରକୁ ଆସିବା ବେଳେ ବାଟରେ ସଡକ ଦୁର୍ଘଟଣା ଘଟିଛି । ସେମାନଙ୍କ ମଧ୍ୟରୁ ଲିଙ୍ଗରାଜ ସେଠୀଙ୍କ ମୃତ୍ୟୁ ହୋଇଛି, ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହାଇଦ୍ରାବାଦ ସ୍ଥିତ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତିଙ୍କୁ କିପରି ହାଇଦ୍ରାବାଦରୁ ମାଲକାନଗିରି ଅଣାଯାଇପାରିବ ସେଥି ନେଇ ପରିବାର ଲୋକେ ଗୁହାରି କରିଛନ୍ତି । ତା ସହ ସେମାନଙ୍କ ପରିବାରକୁ କିଛି ସରକାରୀ ସହାୟତା ପାଇଁ ଜିଲ୍ଲାବାସୀ ଅନୁରୋଧ କରିଛନ୍ତି ।

