ସୁବର୍ଣ୍ଣପୁର, (୨୬/୦୭) : ଆପ୍ର : ସୁବର୍ଣ୍ଣପୁର ସହର ର ମଝିପଡା ରେ ରବିବାର ସଂଧ୍ୟା ରେ ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଓ ସଭା ର ଆୟୋଜନ କରା ଯାଇଅଛି ।
ଏହି ସଭାରେ ବ୍ରାହ୍ମଣ ସମାଜ ର ଉପଦେଷ୍ଠା ଚମରା ରାମ ତ୍ରିପାଠୀ, ପଣ୍ଡିତ ଶିବ ନାରାୟଣ ପୂଝାରୀ, ରାଧେଶ୍ୟାମ ପୂଝାରୀ, ଓ କୈଳାଶ ଚନ୍ଦ୍ର ରଥ ଅତିଥି ଭାବରେ ଯୋଗଦେଇ ବ୍ରାହ୍ମଣ ସମାଜ ର ଏକତା ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଦେଶ ର ସୁରକ୍ଷା ସନାତନ ଧର୍ମ ଓ ବ୍ରାହ୍ମଣ ସଂସ୍କୃତି ର ସୁରକ୍ଷା ପାଇଁ ଆମ ଭିତରେ ଏକତା ପ୍ରତିଷ୍ଠା ଜରୁରୀ ବୋଲି ମତ ରଖିଥିଲେ । ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ ଏହି ସଭା କୁ ସଂଯୋଜନା କରି ପ୍ରତି ବ୍ଲକ୍ ରେ ଏହି ସଂଗଠନ ଗଠନ ହୋଇଥିବା ବେଳେ ଆଗାମୀ ୨ ତାରିଖ ର ବ୍ରାହ୍ମଣ ସମାବେଶ ରେ ନଗର ବ୍ରାହ୍ମଣ ସମାଜ ର କମିଟି ଚୟନ କରାଯିବ ବୋଲି କହିଥିଲେ ।
ଆଗାମୀ ଦିନରେ ଜିଲ୍ଲା ରେ ବ୍ରାହ୍ମଣ ଏକତା ମଞ୍ଚ ର ଏକ ବିରାଟ ସମାବେଶ ଅନୁଷ୍ଠିତ ହେବ । ଯେଉଁ ସମାବେଶ ରେ ପୁରୀ ଶଙ୍କରାଚାର୍ଯ୍ୟ ଙ୍କ ସମେତ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ରହିବ ବୋଲି ଶ୍ରୀ ପୁରୋହିତ କହିଥିଲେ । ବରିଷ୍ଠ ସଦସ୍ୟ ଡ. ଆର୍ତ୍ତ ତ୍ରାଣ ବାବୁ, ଡ଼ ସନ୍ତୋଷେ ପାଢୀ, ସୀତାଂଶୁ ଶେଖର ମିଶ୍ର, ଦୁଃଖୀରାମ ମିଶ୍ର ସଙ୍ଗଠନ ଉପରେ ମତ ରଖିଥିଲେ । ଏଥିରେ ବୈକୁଣ୍ଠ ଶତପଥୀ, ପୀୟୂଷ ପଣ୍ଡା, ନାରାୟଣ ରଥ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ବ୍ରାହ୍ମଣ ଯୋଗ ଦେଇଥିଲେ l ବରିଷ୍ଠ ସଦସ୍ୟ ଅଟଳ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।

