Homelocalକ୍ୟାପିଟାଲ ଥାନାରେ ବିଜେଡିର ଧାରଣା, ବିଜେଡି ନେତ୍ରୀଙ୍କ ଏଆଇ ଡିପଫେକ୍ ଭିଡିଓ କରି ବଦନାମ ଅଭିଯୋଗ

କ୍ୟାପିଟାଲ ଥାନାରେ ବିଜେଡିର ଧାରଣା, ବିଜେଡି ନେତ୍ରୀଙ୍କ ଏଆଇ ଡିପଫେକ୍ ଭିଡିଓ କରି ବଦନାମ ଅଭିଯୋଗ

ଭୁବନେଶ୍ୱର, (୨୬/୦୯) : ଆପ୍ର : କ୍ୟାପିଟାଲ ଥାନାରେ ବିଜେଡିର ଧାରଣା । ସୋସିଆଲ ମିଡ଼ିଆରେ ବିଜେଡି ନେତ୍ରୀଙ୍କ ଏଆଇ ଡିପଫେକ୍ ଭିଡିଓ କରି ବଦନାମ କରାଯାଉଛି ।

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା ଦେବା ସହ ବିଜେଡି ଗର୍ଜିଛି । ବଣ ବିଚ୍ଛୁଆତି ନାଁରେ ଥିବା ଆଇଡିରେ ଏଆଇ ଡିପଫେକ୍ ଭିଡିଓ କରି ବିଜେଡି ନେତ୍ରୀ ସୁଜାତା ରାଉତ, ସୁଲତା ଦେଓ ଓ ଇପ୍ସିତା ସାହୁଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଆପତ୍ତିଜନକ ଏଆଇ ଡିପଫେକ୍ ଭିଡିଓ ପ୍ରସାରଣ କରାଯାଉଥିବା ନେଇ ଥାନାରେ ଏତଲା ଦେଇଛି ବିଜେଡି । ମାମଲା ରୁଜୁ କରିବା ସହିତ ​ମେଟା କର୍ତ୍ତୃପକ୍ଷଙ୍କ ସହାୟତାରେ ସଂପୃକ୍ତ ଆକାଉଣ୍ଟଧାରୀଙ୍କ IP ଆଡ୍ରେସ ଓ ଡିଭାଇସ୍ ବିବରଣୀ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏହି ଆପତ୍ତିଜନକ ଭିଡିଓକୁ ତୁରନ୍ତ ହଟାଇବା ପାଇଁ ଦଳ ଦାବି କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments