HomeeducationBSE ଓଡ଼ିଶା ପକ୍ଷରୁ OSSTET 2026 ପରୀକ୍ଷା ତାରିଖ ଘୋଷଣା, ସମ୍ପୂର୍ଣ୍ଣ ବିବରଣୀ ଏଠାରେ ଦେଖନ୍ତୁ

BSE ଓଡ଼ିଶା ପକ୍ଷରୁ OSSTET 2026 ପରୀକ୍ଷା ତାରିଖ ଘୋଷଣା, ସମ୍ପୂର୍ଣ୍ଣ ବିବରଣୀ ଏଠାରେ ଦେଖନ୍ତୁ

କଟକ, (୨୬/୦୯) : ଆପ୍ର : ଆସନ୍ତା ୩୦ ତାରିଖରେ ହେବ OSSTET ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚରସ ଇଲିଜିବିଲିଟି ଟେଷ୍ଟ ।

ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଗୋଟିଏ ସିଟିଂରେ ହେବ ଏହି ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ୭ ଟା୪୫ ମିନିଟ ସୁଦ୍ଧା ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା । ପରୀକ୍ଷା କେନ୍ଦ୍ରରେ ସୁରୁଖୁରୁରେ ପ୍ରବେଶ କରିବା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ରିପୋର୍ଟିଂ ସମୟ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟା ୪୫ ମିନିଟ୍ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି । ପରୀକ୍ଷାର୍ଥୀମାନଙ୍କ ପାଇଁ OSSTET ଆଡମିଟ୍ କାର୍ଡ (ପ୍ରବେଶ ପତ୍ର) ସେପ୍ଟେମ୍ବର ୨୦ ତାରିଖରୁ ଡାଉନଲୋଡ୍ କରିବା ପାଇଁ ଉପଲବ୍ଧ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଯେକୌଣସି ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାଇଁ ଜଣେ ପ୍ରାର୍ଥୀଙ୍କୁ OSSTET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments