ଯାଜପୁର, (୨୯/୦୯) : ଆପ୍ର : ଭାଲୁକୁଣୀ ଭଷାଣ ହେଲା କାଳ । ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର । ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁ’ରେ ଘଟିଛି ଅଭାବନୀୟ ଘଟଣା ।
ଗୁରୁତରଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ ମହମ୍ମଦ ଜମାପୁର ଗାଁ’ର ସାହୁ ସାହିରେ ଭାଲୁକୁଣୀ ଭଷାଣ ଚାଲିଥିଲା । ଏହି ସମୟରେ ଗଛ ଡାଳରେ ସାଉଣ୍ଡବକ୍ସର ବେଲ୍ଟ ବାଜି ଛିଡି ଯାଇଥିଲା । ଫଳରେ ସାଉଣ୍ଡ ବକ୍ସ ଗୁଡିକ ଝିଅ ମାନଙ୍କ ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ସମସ୍ତେ ଚିକିତ୍ସାଧୀନ ଥିବାବେଳେ ୩ଜଣ ଝିଅଙ୍କ ଅବସ୍ଥା ଗୁରୁତର ରହିଛି ।

