Homeaccidentଜୟଦେବ ବିହାର ଓଭରବ୍ରିଜ୍ ଉପରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ

ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ

ଭୁବନେଶ୍ୱର, (୨୩/୦୯) : ଆପ୍ର : ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଘଟିଛି । ରାସ୍ତା ଉପରେ ଓଲଟିଲା ଟ୍ରକ

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଯାଜପୁର କୁଆଖିଆ ଅଭିମୁଖେ ଯାଉଥିବା ବେଳେ କଦଳୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଟ୍ରକ୍ ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିବାରୁ ରାସ୍ତା ଉପରେ ବିଛାଡ଼ି ହୋଇପଡ଼ିଛି ଟ୍ରକରେ ଥିବା କଦଳୀ । ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ ଟ୍ରକ୍ ଟି ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ଆଗରେ ଏକ ବୋଲେରୋ ଯାଇଥିଲା । ବୋଲେରୋକୁ ଏଡ଼ାଇବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ରାସ୍ତା ଉପରେ କଦଳୀ ପଡ଼ିଯିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଆହତ ଟ୍ରକ୍ ଡ୍ରାଇଭରକୁ ଉଦ୍ଧାର କରିଥିଲା । କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତା କଡ଼କୁ ନିଆଯାଇଛି । ପିସିଆର ଓ ପୁଲିସ କର୍ମଚାରୀ ରାସ୍ତାରେ ପଡ଼ିଥିବା କଦଳୀଙ୍କୁ ସଫା କରିଥିଲେ । ପରବର୍ତ୍ତୀ ସମୟରେ ଯାତାୟାତ ସ୍ବାଭାବିକ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments