ଗଞ୍ଜାମ, (୦୫/୧୧) : ଆପ୍ର : ଆଜି ତା:୦୫/୧୧/୨୦୨୬ ରିଖ ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ତରଫରୁ, ଚଳିତ ଝଡ଼ ବାତ୍ୟା ଅର୍ଣ୍ଣବରେ ସର୍ବାଧିକ କ୍ଷତିଗ୍ରସ୍ତ ତଥା ପୀଡ଼ିତ,ଗଞ୍ଜାମ ସୋରଡ଼ା ବ୍ଳକର ତତାବାଲି ଗ୍ରାମ ରେ ପ୍ରାୟ ୨୦୦ ପରିବାର କୁ ରିଲିଫ ଖାଦ୍ୟ ବଣ୍ଟନ କରାଯାଇଥିଲା ।
ସଭାପତି ଇଂ.ସିମାଞ୍ଚଳ ଦାସ ଙ୍କ ନେତୃତ୍ବରେ ଯାଇଥିବା ଏକ ପ୍ରତିନିଧି ଦଳ ସେଠାରେ ରାସନ ସମାଗ୍ରୀ, ପାଉଁରୁଟି, ବିସ୍କୁଟ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟତୀତ ଶିତ ବସ୍ତ୍ର ତଥା ଶାଢ଼ି ମଧ୍ୟ ବଣ୍ଟନ କରିଥିଲେ । ଏଥିରେ ପରିଷଦର ପୂର୍ବ କ୍ଷେତ୍ର ସେବା ସଚିବ ପ୍ରସନ୍ନ କୁମାର ଛୋଟରାୟ, ଡଃ ହୃଷୀକେଶ ପାଢି, ସନ୍ତୋଷ କୁମାର ପଣ୍ଡା, ପ୍ରାଣ ଚାନ୍ଦ ପଣ୍ଡା, ଏନ୍ କ୍ରିଷ୍ଣା, ସରତ ଚନ୍ଦ୍ର ସାହୁ, ନାରାୟଣ ପାଢି , ରୁଦ୍ର ପ୍ରସାଦ ସିଂହଦେଓ, ଶିବରାମ ରେଡ୍ଡୀ ଇତ୍ୟାଦି ସକ୍ରିୟ ସହଯୋଗ କରିଥିଲେ।



