ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

Date:

Share post:

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ ବଣ୍ଟନରେ ଅନିୟମିତତା ଏବଂ ମଣ୍ଡିରେ ଧାନ ପଡ଼ିରହିବାକୁ ନେଇ ଚାଷୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି ।

ଶନିବାର ଦିନ ପ୍ରାୟ ୧୧ଟା ସମୟରେ ବରଗଡ଼ ଡିଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ଚାଷୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ଚଳିତ ରବି ଋତୁରେ ଜିଲ୍ଲାର ପ୍ରାୟ ୧ ଲକ୍ଷ ୫ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିଥିଲେ । କିନ୍ତୁ ଅଭିଯୋଗ ଅନୁସାରେ ପ୍ରାୟ ୫ ହଜାର ଚାଷୀ ଏପର୍ଯ୍ୟନ୍ତ ଟୋକନ ପାଇନାହାନ୍ତି । ଅନ୍ୟପଟେ, ଅନେକ ଚାଷୀଙ୍କୁ ଜମି ପରିମାଣ ଅନୁଯାୟୀ ଟୋକନ ମିଳିନଥିବାରୁ ଅସନ୍ତୋଷ ଆହୁରି ବଢ଼ିଛି । ଏହା ସହ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୫ ଲକ୍ଷରୁ ଅଧିକ ଧାନ ବସ୍ତା ପଡ଼ିରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଆଉ ମାତ୍ର କିଛି ଦିନ ପରେ ମଣ୍ଡି ବନ୍ଦ ହେବାକୁ ଥିବାବେଳେ ସମସ୍ୟାର ଶୀଘ୍ର ସମାଧାନ ଦାବି କରିଛନ୍ତି ଚାଷୀ । ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...

ପୁଣି ଆମ ବସ ଦୁର୍ଘଟଣା, ରଙ୍ଗ୍‌ ରୁଟରେ ଆସି ବାପା-ଝିଅଙ୍କଙ୍କୁ ଦେଲା ଧକ୍କା

ଭୁବନେଶ୍ବର, (୨୮/୦୬) : ଆପ୍ର : ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ଅଘଟଣ । ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ...