Homebreaking newsକଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ ।

ଆଜି ସକାଳ ପାଖାପାଖି ୯ଟା ୪୫ ସମୟରେ ଟାଉନ ଥାନା ଏସ୍. ଆଇ ଚର୍ଚିଲ ମହାପାତ୍ର, ଏ.ଏସ.ଆଇ ବୈକୁଣ୍ଠ ଦେହେରୀ ଓ ଷ୍ଟାଫ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଖବର ପାଇଲେ ଯେ ନୂଆ ବସ ଷ୍ଟାଣ୍ଡ ପଛପଟେ ଇଶ୍ଵର ବେହେରା ନାମକ ଜଣେ ବ୍ୟକ୍ତି କଫ ସିରଫ ବିକୁଛି । ଟାଉନ ଥାନା ଅଧିକାରୀ ଅବନୀ ସାହୁଙ୍କ ନିର୍ଦ୍ଦେଶରେ ଜଣେ କାର୍ୟ୍ୟକାରୀ ବିଚାରପତି, ସାକ୍ଷୀ ମାନଙ୍କ ଉପସ୍ଥିତିରେ ବିଭୁତିପଡାର ଅଭିଯୁକ୍ତ ଇଶ୍ଵର ବେହେରା (୨୩ ବର୍ଷ) ପାଖରୁ ୧୦୦ ଗୋଟି ଏସକଫ କଫ ସିରପ୍‌ ଓ ୩୦୦୦/- ଟଙ୍କା ଜବତ କରିଥିଲେ । ମାମଲାର ତଦନ୍ତ ଭାର ଏସ୍ ଆଇ ଦେବାଶିଷ ଶତପଥୀଙ୍କୁ ଦିଆଯାଇଛି, ଅଭିଯୁକ୍ତ ଇଶ୍ଵର ବେହେରାର ଜାମିନ ନାମଞ୍ଜୁର ହେବାରୁ ଜିଲ୍ଲା କାରାଗାରକୁ ପଠାଯାଇଥିବା ସୂଚନା ମିଳିଛି । ଘଟଣାରେ ଅନ୍ୟାନ୍ୟ ଦିଗ, ଅନ୍ୟ ବ୍ୟକ୍ତିଙ୍କ ସଂମ୍ପୃକ୍ତି , କଫସିରପ ଚାଲାଣର କ।ର୍ପଟଦାର ଉପରେ ବର୍ତ୍ତମାନ ତଦନ୍ତ ଚାଲିଥିବା ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments