Homebreaking newsଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ, ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା

ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ, ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା

ପିପିଲି, (୦୯/୦୯) : ଆପ୍ର : ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ମୋବାଇଲ ଟର୍ଚ୍ଚରେ ରୋଗୀସେବା l ଜାତୀୟ ରାଜପଥ ୩୧୬ ପାର୍ଶ୍ବରେ ଥିବା ସାକ୍ଷୀଗୋପାଳ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ବାଧାପ୍ରାପ୍ତ ହୋଇଛି ରୋଗୀସେବା ।

ସନ୍ଧ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଡ୍ରେସିଂ ରୁମ, ମେଲ୍ ୱାର୍ଡ ଓ ଡାଇରିଆ ୱାର୍ଡ ପ୍ରାୟ ଏକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା l ଫଳରେ ଡାକ୍ତରମାନେ ମୋବାଇଲ ଟର୍ଚ୍ଚରେ ରୋଗୀଙ୍କୁ ଚିକିତ୍ସା କରିଥିଲେ । ଡାକ୍ତରଖାନାରେ ଡିଜିଟାଲ ଜେନେରେଟର ଥିଲେ ମଧ୍ୟ ଏହା ଚଳାଇବା ପାଇଁ ନିୟମିତ କର୍ମଚାରୀ ନଥିବାରୁ ବିଦ୍ୟୁତ ଆସିବା ପର୍ଯ୍ୟନ୍ତ ଅନ୍ଧାରରେ ରହିବାକୁ ପଡ଼ିଥିଲା ।

ତେବେ ପ୍ରସୂତୀ ଓ ମହିଳା ୱାର୍ଡରେ ଇନଭର୍ଟର ସଂଯୋଗ ଥିବାରୁ ସେଠାରେ ବିଦ୍ୟୁତ ବିଭ୍ରାଟର ପ୍ରଭାବ ପଡ଼ିନଥିଲା । ଏହା ପୂର୍ବରୁ ମଧ୍ୟ ଡାକ୍ତରଖାନାରେ ସର୍ଟସର୍କିଟ ଯୋଗୁଁ ସେବିକା କକ୍ଷ ସମ୍ମୁଖରେ ଲାଇଟ୍‌ ଜଳୁନଥିବା ଅଭିଯୋଗ ହୋଇଛି । ଫଳରେ ରାତି ସମୟରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଭଳି ଜରୁରୀ ସେବାରେ ମଧ୍ୟ ମୋବାଇଲ ଟର୍ଚ୍ଚ ଉପରେ ନିର୍ଭର କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ଡାକ୍ତରଖାନା ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ବିଭିନ୍ନ ଜରୁରୀକାଳୀନ ରୋଗୀ ଏଠାକୁ ଆସିଥାନ୍ତି । ତେଣୁ ପ୍ରଶାସନ ତୁରନ୍ତ ସ୍ଥାୟୀ ସାମାଧାନ କରିବାକୁ ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments