Homelocalବିନିକା ବ୍ଳକ ମଣ୍ଡି ମାନଙ୍କରେ ପଡ଼ିରହିଛି ୧ ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ...

ବିନିକା ବ୍ଳକ ମଣ୍ଡି ମାନଙ୍କରେ ପଡ଼ିରହିଛି ୧ ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ : ଧାନ ଉଠାଇବା ର ବ୍ୟବସ୍ଥା କରନ୍ତୁ ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର, (୨୭/୦୬) : ଆପ୍ର : ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକରେ ରବି ଧାନ କିଣାରେ ବହୁ ଅବ୍ୟବସ୍ଥା ଦେଖାଦେଇଛି ।

ବିନିକା ବ୍ଳକ ୧୬ ଟି ପଞ୍ଚାୟତ ଏବଂ ବିନିକା ଏନଏସି ଅଞ୍ଚଳର ଚାଷୀଙ୍କ ଠାରୁ ୧୨ ଟି ପେସ୍କରେ ୧୩ଟି ସେଣ୍ଟର ରେ ୬ ଟି ଏସଏଚଜି ଦ୍ବାରା ରବି ରୁତୁରେ ଧାନ କ୍ରୟ ଚାଲିଛି । ଜିଲ୍ଲା ଯୋଗାଣ ବିଭାଗ କହିବା ଅନୁଶାରେ ୩୦ ତାରିଖ ପର୍ଯ୍ୟନ୍ତ ଟୋକନ ଥିବା ସମସ୍ତ ଚାଷୀଙ୍କ ଧାନ କ୍ରୟ କରାଯିବ । କିନ୍ତୁ ଜିଲ୍ଲା ଯୋଗାଣ ବିଭାଗ କଥାକୁ ଅଞ୍ଚଳର ଚାଷୀ ଗ୍ରହଣ କରିପାରୁନାହାନ୍ତି । ମିଲିଥିବା ତଥ୍ୟ ଅନୁଶାରେ ବିନିକା ଅଞ୍ଚଳର ସମସ୍ତ ଧାନ କ୍ରୟ ସଂସ୍ଥା ମାନଙ୍କରେ ୧ ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ ରହିଥିବା ସୁଚନା ମିଲିଛି । ସେଥିରୁ ଶଙ୍କରା ଫେକ୍ସ – ୧୧୦୨୫ , ସିନ୍ଦୁରପୁର ଫେକ୍ସ – ୩୧୦୦, ବାଙ୍କିଘିର୍ଡ଼ି -୨୯୬୩ ,ଚରଦା- ୫୬୯୦,ମହାଦା- ୧୫୩୩୯, ବାଇଁଶୁଣି ଫେକ୍ସ -୧୧୨୬୧, ସିଲାଟି ଫେକ୍ସ – ୧୭୫୯୪ ପ୍ୟାକେଟ ,ସିଂଘିଯୁବା- ୧୪୦୨୮ ପ୍ୟାକେଟ , କମିରା -୧୩୬୭୨ପ୍ୟାକେଟ , ଭଣ୍ଡାର – ୩୧୫୭ ପ୍ୟାକେଟ , ବିନିକା ୫୫୭୦ ପ୍ୟାକେଟ, ସେହିପରି ଏସଏଚଜି ମା ସନ୍ତୋଷି କଇଁନ୍ତରା – ୧୪୭୨୯, ପଦ୍ମଶ୍ରୀ ଏସଏଚଜି ଅଇଁଲାମୁଣ୍ଡା- ୪୮୦୦ ପ୍ୟାକେଟ, ଖୁଦୁରୁକୁଣୀ ଏସଏଚଜି –କାଲାଟିକିରା- ୪୯୦୩ ପ୍ୟାକେଟ, ଆକୃତି ଏସଏଚଜି ଫଲସାପାଲି- ୪୯୦୦ ପ୍ୟାକେଟ, ବିଶ୍ବଲକ୍ଷ୍ମି ଏସଏଚଜି ମେଘେଲା – ୧୫୦୦ ପ୍ୟାକେଟ, ରଘୁନାଥ ଏସଏଚଜି ମହାଦେବପାଲି- ୧୬୨୦ ପ୍ୟାକେଟ, ମୋଟ ୧ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ ମଣ୍ଡିରେ ପଡ଼ି ରହିଥିବା ଯୋଗଣ ବିଭାଗ ପକ୍ଷରୁ ସୂଚନା ମିଳିଛି

ଧାନ ପକେଟ୍ ଗୁଡ଼ିକ ଖୋଳା ଆକାଶ ତଳେ ପଡ଼ି ରହିଛି । ଦିର୍ଘ ଏକ ମାସରରୁ ଉର୍ଦ୍ଧ ହେବ ଚାଷୀ ପ୍ରଚଣ୍ଡ ରୈଦ୍ରତାପରେ ଧାନକୁ ଜଗି ରହିଛି । ଏହି ପରି ବର୍ଷା ରେ ଧାନ ଭିଜି ଯାଇଥିବାରୁ ତାକୁ ବଞ୍ଚଇବାପାଇଁ ଦିର୍ଘ ଦିନ ପୁଣି ଆପ୍ରାଣ ପରିଶ୍ରମ କରୁଛି ଚାଷୀ । ଜିଲ୍ଲା ଯୋଗାଗ ବିଭାଗ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏତେ ପରିମାଣ ଧାନ ମଣ୍ଡିରୁ ଉଠାଇବାକୁ କେତେ ଦିନ ଲାଗିବ ବୋଲି ଚାଷୀ ଚିନ୍ତା କରୁଛନ୍ତି । ମଣ୍ଡି ମାନଙ୍କୁ ମିଲସ୍ ମନମାନି ଟ୍ରକ ଦେଉଥିବାରୁ ଧିମା ଗତିରେ ଧାନ ଉଠାଣ ହେଉଥିବା ଅଭିଯୋଗ କରୁଛିନ୍ତି ଚାଷୀ l ଦେଖିବାକୁ ବାକୁ ବାକି ରହିଲା ଜିଲ୍ଲା ଯୋଗାଣ ବିଭାଗ ଆଉ ମାତ୍ର ୩ ଦିନରେ ଧାନ ଉଠାଣରେ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଅପରପକ୍ଷରେ ପଡ଼ୋଶୀ ଜିଲ୍ଲା ରେ ପଞ୍ଜୀକୃତ ଚାଷୀ ମାନଙ୍କୁ ଧାନ ବିକିବା ପାଇଁ ୩ୟ ଟୋକନ ଦିଆ ଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ୩ୟ ଟୋକନ ଦିଆଯାଇ ନାହିଁ। ଯାହା ଫଳରେ ଚାଷୀ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସରକାର ଓ ଜିଲ୍ଲା ପ୍ରଶାସନ କୁ ଚାଷୀ ମାନେ କଟୁ ସମାଲୋଚନା କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments