Homelocalସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ୍ ସର୍ଭେ ଅଗ୍ରଗତି କାର୍ଯ୍ୟର ସମୀକ୍ଷା : ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ

ସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ୍ ସର୍ଭେ ଅଗ୍ରଗତି କାର୍ଯ୍ୟର ସମୀକ୍ଷା : ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ

ସୁବର୍ଣ୍ଣପୁର, (୩୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ସ୍ତରୀୟ ବରିଷ୍ଠ ଅଧିକାରୀ ।WhatsApp Image 2026 07 01 at 10.07.15 1

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ତଥା ଜମି ରେକର୍ଡ ସର୍ଭେ ର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଓଏସ (ଏସଏସ) ଏବଂ ଅତିରିକ୍ତ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅମିୟ କୁମାର ସାହୁ, ଓଏଏସ (ଏସଏଜି) ଙ୍କ ଦ୍ଵାରା ଯୁଗ୍ମ କ୍ଷେତ୍ର ପରିଦର୍ଶନ କରାଯିବା ସହିତ ହାଇଟେକ୍ ସର୍ଭେ ଅନ୍ତର୍ଗତ ଜମି ରେକର୍ଡ/ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତିର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ ନିମନ୍ତେ ନଳିନୀକାନ୍ତ ଜେନା, ଜିଓ ସ୍ପାଟିଏଲ୍ ପରିଚାଳକ ବା ଭୂ-ସ୍ଥାନିକ ପରିଚାଳକ, ନକ୍ସାଙ୍କ ସମେତ ନିଗମ ମହାନ୍ତି, ଆଇଆଇସି, ଏଜେନ୍ସିର ପରିଚାଳକ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ବ ଓଏସଡି ରଶ୍ମି ରଞ୍ଜନ ରାଉତ ସାମିଲ ହୋଇ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିବା ସହିତ ସହଯୋଗ କରିଥିଲେ ।

ଗସ୍ତସୂଚୀ ଅନୁଯାୟୀ ସୋମବାର ଦିନ ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ଓ ଉଲୁଣ୍ଡା ତହସିଲର ହାଇଟେକ୍ ସର୍ଭେର ରେକର୍ଡ ପରିଚାଳନା କାର୍ଯ୍ୟର ଅଗ୍ରଗତି ଉପରେ ପର୍ଯ୍ୟାଲୋଚନା ବା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ କ୍ଷେତ୍ରୀୟ ସ୍ତରରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ବିଶଦ ଭାବେ ଆଲୋଚିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଜିଲ୍ଲା କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ରାଜସ୍ବ) ଜ୍ୟୋତିର୍ମୟୀ ମଲ୍ଲିକ, ଉଭୟ ତହସିଲଦାର, ବୀରମହାରାଜପୁର ଓ ଉଲୁଣ୍ଡା ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ । ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡ ଅନ୍ତର୍ଗତ ଅବଶିଷ୍ଟ ୪ ଗୋଟି ତହସିଲ ଯଥା, ତରଭା, ସୋନପୁର, ବିନିକା ଓ ରାମପୁର ଗୁଡିକର ହାଇଟେକ ସର୍ଭେର ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ଉପରେ ଉଭୟ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ଦ୍ବାରା ସମୀକ୍ଷା କରାଯିଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments